ଭୁୁବନେଶ୍ୱର: ଜନଜାତି ଗୌରବ ଦିବସରେ ଆଜି ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ରାଜଧାନୀ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି, ଆଦିବାସୀଙ୍କ ବିକାଶ ପାଇଁ ଆଜି ୬ ହଜାର କୋଟିର ପ୍ରକଳ୍ପ ଆରମ୍ଭ । ଆଦିବାସୀଙ୍କ ପାଇଁ ସ୍କୁଲ, ହଷ୍ଟେଲ, ସ୍ୱାସ୍ଥ୍ୟ ସୁବିଧା ଆଦି ପ୍ରକଳ୍ପ ରହିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଦିବାସୀ ପରିବାର ପାଇଁ ଦେଢ ଲକ୍ଷ ଆବାସର ସ୍ୱୀକୃତିପତ୍ର ଦିଆଯାଇଛି । ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀଙ୍କ ବଳିଷ୍ଠ ଯୋଗଦାନ ରହିଛି । ସ୍ୱାଧୀନତା ପରେ ଆଦିବାସୀଙ୍କ ପ୍ରତି ଅବହେଳା କରାଯାଇଛି । ଆଦିବାସୀଙ୍କୁ ଅବହେଳା ପଛରେ ରାଜନୈତିକ ଅଭିସନ୍ଧି ରହିଥିଲା । ଏହାର କାରଣ ଗୋଟିଏ ପରିବାରର ହିଁ ରାଜନୈତିକ ଅଭିସନ୍ଧି ରହିଥିଲା ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ପରିବାର ହିଁ ଦେଶ ସ୍ୱ।।ଧୀନତାର ସବୁ ଶ୍ରେୟ ନେଇ ଯାଇଛି । ଏନଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡଖଣ୍ଡର ରାଜ୍ୟପାଳ ଥିବା ବେଳେ ଶ୍ରୀମତି ମୁର୍ମୁ ଆଦିବାସୀଙ୍କ ଉନ୍ନତି କଥା କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ସେ ମୋ ସହ ଅନେକ ଥର କଥା ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତି ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।
ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରଣାଳୟ ହୋଇଥିଲା । ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ବଜେଟ୍ ୧.୨୫ ଲକ୍ଷ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନଡିଏ ସରକାର ଅହରହ ଉଦ୍ୟମ କରୁଛି । ଆଜି ସବୁ କ୍ଷେତ୍ରରେ ଆଦିବାସୀ ଯୁବକଯୁବତୀ ଆଗକୁ ଆସି ପାରିଛନ୍ତି । ବିଗତ ୧୦ ବର୍ଷରେ ୨ଟି କେନ୍ଦ୍ରୀୟ ଆଦିବାସୀ ବିଶ୍ୱ ବିଦ୍ୟାଳୟ ହୋଇଛି ।