କଟକ: ଓଡିଆ ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଭସାଇବା ହେଉଛି ଏକ ପରମ୍ପରା । ତେବେ ଆଜି କାର୍ତ୍ତିକ ପୂର୍ଣ୍ଣମୀ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଭୋର୍ ସକାଳରୁ ଡଙ୍ଗା ଭାଷା କାର୍ଯ୍ୟକ୍ରମ ରୀତି ନୀତି ଅନୁସାରେ ଶେଷ ହେଉଛି । ଏହି ପର୍ବର ସହ କଟକର ଗଡଗଡିଆ ହାଟର ସ୍ଵତନ୍ତ୍ର ପରିଚୟ ଥିବା ହେତୁ ଏଠାରେ ଅନେକ ଜନ ସମାଗମ ଦେଖିବାକୁ ମିଳିଥିଲା । ଏହି ଠାରୁ ହିଁ ସାଧବ ପୁଅ ମାନେ ବୋଇତ ନେଇ ବିଦେଶକୁ ବ୍ୟବସାୟ କରିବାକୁ ଯାଉଥିଲେ । ତେଣୁ ଏହି ଦିନଟିକୁ ଡଙ୍ଗା ଭସା ଭାବେ ପାଳନ କରାଯାଏ। ଆଜି ଭୋର୍ ସକାଳରୁ ପିଲାଠୁ ବଡ଼ ସମସ୍ତେ ହାତରେ ସୋଲ, କଦଳୀ ପାଟୁଙ୍ଗା , କାଗଜ ଇତ୍ୟାଦିରେ ତିଆରିରେ ଡଙ୍ଗା ଭିତରେ ପାନ, ଗୁଆ, ଫୁଲ ,ଆରୁଆ ଚାଉଳ ଇତ୍ୟାଦି ରଖି ଭସାଇବା ସହ ଏହି ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ସାଧବ ପୁଅ ମାନେ ଏହି ବ୍ୟବସାୟରେ ଆଣୁଥିବା ସାମଗ୍ରୀକୁ ଗଡ଼ ଗାଡିଆ ଘାଟ ରେ ବ୍ୟବସାୟ କରୁ ଥିଲେ ଯେଉଁଥିପାଇଁ ଏହି ଠାରେ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ହିଁ ବାଲିଯାତ୍ରା ଅନୁଷ୍ଠିତହୋଇଥାଏ।