ଉତର-ଆଭ୍ୟନ୍ତରୀଣ ଓଡିଶାରେ ଆଜି ପ୍ରବଳ ବର୍ଷିବ, ସକାଳ ସୁଧା ରାଜ୍ୟରେ ୩୦ ମିମି ବର୍ଷା
Khabar Odisha:state-odisha-weather-heavy-rain-in-north-odisha-low-pressure-in-bay-of-bengal
ଭୁବନେଶ୍ୱର, ଅଗଷ୍ଟ ୧୮(ଖବର ଓଡିଶା):

ଉତର ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୪ ଘଂଟା ମଧ୍ୟରେ ଲଘୁଚାପର ରୂପ ନେବାକୁ ଯାଉଛି । ଏହାର ପ୍ରଭାବରେ ଉତର ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ ବୋଲି କହିଛି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, କେନ୍ଦୁଝର ସମେତ ସୁନ୍ଦରଗଡ, ଦେବଗଡ, ବରଗଡ ଓ ଝାରସୁଗୁଡାରେ ବର୍ଷାର ପରିମାଣ ଅଧିକ ରହିବ । ଏହି ସବୁ ଜିଲ୍ଲା ବ୍ୟତୀତ ଅନ୍ୟ କେତେକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହେବର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧରେ ବର୍ଷା ହେବ । ଆହୁରି ମଧ୍ୟ ସୋନପୁର, କନ୍ଧମାଳ, କଳାହାଣ୍ଡି, ରାୟଗଡା ଓ କୋରପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ଗତକାଲି ଓ ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା । ସକାଳ ୮ଟା ୩୦ ସୁଧା ରାଜ୍ୟରେ ୩୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଝାରସୁଗୁଡାରେ ସର୍ବାଧିକ ୭୮.୨ ମିମି ବର୍ଷା ହୋଇଥିବା ବେଳେ ବାରିପଦାରେ ୬୩.୪ ମିମି, କଟକରେ ୩୯.୪ ମିମି, ଭୁବନେଶ୍ୱରରେ ୨୮ ମିମି, ସୁନ୍ଦରଗଡରେ ୨୫ ମିମି, ତାଲଚେରରେ ୩୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି 

  • Tags:

Subscribe

National International State Sports Entertainment