ନାବାଳିକା ଉଦ୍ଧାର ଘଟଣା: ନବୀନ ସରକାରଙ୍କ ସହାୟତାକୁ ନା, ଓଡିଶା ଫେରିବାକୁ ମନା କଲେ ପୀଡିତାଙ୍କ ବାପା
Khabar Odisha:state-odisha-minors-father-refuse-to-come-odisha
ଭୁବନେଶ୍ୱର, ଫେବ୍ରୁଆରୀ୧୧(ଖବର ଓଡିଶା)

 ସୁନ୍ଦରଗଡ ଜିଲ୍ଲା ଲାଠିକଟାର ନାବାଳିକା ରାଜସ୍ଥାନରେ ବିକ୍ରି ପରେ ଉଦ୍ଧାର ଘଟଣାରେ ରାଜ୍ୟ ପୋଲିସ କାର୍ଯ୍ୟଶୈଳୀକୁ ଶକ୍ତ ତାପୁଡା ମାରିଛନ୍ତି ପୀଡିତାଙ୍କ ବାପା । ନାବାଳିକାକୁ ଦିଲ୍ଲୀରୁ ଆଣିବା ପାଇଁ ଯାଇଥିବା ପୋଲିସ ଟିମ ବିଫଳ ହୋଇଛି । ଓଡିଶା ଫେରିବାକୁ ଲିଖିତ ଭାବେ ମନାକଲେ ନାବାଳିକାଙ୍କ ବାପା । ପ୍ରଶାସନର ଆଇନଗତ ସହାୟତାକୁ ମଧ୍ୟ ଗ୍ରହଣ କରିବାକୁ ମନାକଲେ ନାବାଳିକାର ବାପା । ନାବାଳିକାର ବାପା ମନା କରିବାପରେ ସେମାନଙ୍କ ରହଣି ପାଇଁ ଦିଲ୍ଲୀ ମହିଳା କମିଶନ ପଦକ୍ଷେପ ଗ୍ରହଣ କରିଛନ୍ତି । ବାପାଙ୍କ ସହ ନାବାଳିକା ଜଣକ ଏବେ ଝାରଖଣ୍ଡର ଏକ ସେଲଟର ହୋମରେ ରହିବେ । ନାବାଳିକାକୁ ଦିଲ୍ଲୀ ମହିଳା କମିଶନ ଉଦ୍ଧାର କରିଥିଲା । ଉଦ୍ଧାର ପରେ ଏବେ ଦିଲ୍ଲୀ ସିଡବ୍ଲୁ ହେପାଜତରେ ଅଛନ୍ତି ନାବାଳିକା । 

ରାଜସ୍ଥାନର ଝୁନଝୁରରୁ ନାବାଳିକାକୁ ଉଦ୍ଧାର କରିଥିଲା ଦିଲ୍ଲୀ ମହିଳା କମିଶନ । 2017 ମସିହାରେ ରାଉରକେଲାରୁ ରାଜସ୍ଥାନ ଚାଲାଣ ହୋଇଥିବା ନାବାଳିକା ଜଣକ । ଏବେ ଯୁବତୀ ଜଣଙ୍କ ଗର୍ଭବତୀ ଅଛନ୍ତି । ସୁନ୍ଦରଗଡ ଲାଠିକଟା ଥାନା ଅଞ୍ଚଳରେ ରହୁଥିବା ଏହି ଯୁବତୀଙ୍କୁ ତାଙ୍କ ବାପାଙ୍କ ବିନା ଅନୁମତିରେ ତାଙ୍କର କିଛି ସମ୍ପର୍କୀୟ ରାଜସ୍ଥାନର ମୁକେଶ ଅଗ୍ରୱାଲ ଓ କିଷାନ ଅଗ୍ରୱାଲଙ୍କୁ ବିକ୍ରି କରିଦେଇଥିଲେ ।

ଘଟଣା ସମ୍ପର୍କରେ କମିଶନର ଅଧ୍ୟକ୍ଷା ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ  ଚିଠି ଲେଖିଥିଲେ । 40 ବର୍ଷିୟ ବଳାତ୍କାରୀକୁ ଗିରଫ କରିବା ସହ ଯେଉଁ ପୋଲିସ ଅଧିକାରୀ ମାନେ ଏହି ମାନବ ଚାଲାଣରେ ଜଡିତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ଏହି ଚିଠିର ଉତ୍ତର ଦୂରର କଥା ଏନେଇ ଗଣମାଧ୍ୟମରେ ଦୁଃଖ ମଧ୍ୟ ପ୍ରକାଶ କରିନାହାନ୍ତି କି ସମବେଦନା ଜଣାଇ ନାହାନ୍ତି । 

ନାବାଳିକା ଉଦ୍ଧାର ହେବା ପରେ ମହିଳା କମିଶନର ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ । କମିଶନର ଅଧ୍ୟକ୍ଷା ଏହି ଘଟଣାରେ ଓଡିଶା ପୋଲିସର ଅପରାଗତାକୁ ସର୍ବଜାନୀନ କରିଥିବା ବେଳେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଏହି ଘଟଣାରେ ପୋଲିସର ସମ୍ପୃତ୍ତି ଥିବା ଅଭିଯୋଗ କରିଥିଲେ କମିଶନର ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ । ଯୁବତୀ ଜଣଙ୍କ ଥରେ ଉଦ୍ଧାର ହୋଇଥିଲା ଏହା ପରେ ତାଙ୍କ ବାପାଙ୍କୁ ଫେରାଇବାକୁ ପୋଲିସକୁ କୁହାଯାଇଥିଲା କିନ୍ତୁ ପୋଲିସ ପୁଣି ନାବାଳିକାଟିକୁ ରାଜସ୍ଥାନର ଝୁନଝୁନକୁ ପଠାଇଦେଇଥିଲା ବୋଲି ଅଧ୍ୟକ୍ଷା କହିଥିଲେ । 

Subscribe

National International State Sports Entertainment