ଗୁରୁବାର ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରି ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଶାହ ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶାରେ ୨୦ ଲୋକ ସଭା ସିଟ୍ ଜିତିବା କି ନାହିଁ ସେ ଲୋକଙ୍କୁ ପଚାରିଛନ୍ତି। ଶାହ କହିଛନ୍ତି ଓଡ଼ିଶାକୁ ମୁଁ ପ୍ରଥମ ଥର ନିର୍ବାଚନ ପ୍ରଚାର ପାଇଁ ଆସିଛି। ଏଥିସହ ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ ବୋଲି କହିଛନ୍ତି।
ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ଏଠାରେ ବିଜେପି ସରକାର ବନିବା ଦରକାର। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛନ୍ତି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି ଏଠାର ସରକାର। ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ଆସନ୍ତା ୫ ବର୍ଷରେ ଓଡିଶାକୁ ୧ ନମ୍ବର କରିବା ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ସେ ଲୋକମାନଙ୍କୁ ଅପିଲ କରିଛନ୍ତି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି ତେଣୁ ନବୀନ ସରକାରକୁ ଓପାଡ଼ି ଏଠାରେ ମୋଦି ସରକାର ଗଢିବାକୁ ଶାହ ନିଜ ଭାଷଣରେ କହିଛନ୍ତି।