ବିଲରୁ ଝୁଲନ୍ତା ମୃତଦେହ ଉଦ୍ଧାର
Khabar Odisha:state-odisha-hanging-dead-body-rescued-in-farm-at-dharmagarh-kalahandi
ଧର୍ମଗଡ, ଅଗଷ୍ଟ ୧୮(ଖବର ଓଡିଶା):

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଂଚଳର କୋକସୁଆ ଗ୍ରାମରେ ଥିବା ଏକ ବିଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, ଆଜି ସକାଳେ କୋକସରା ଗ୍ରାମର କିଛି ବ୍ୟକ୍ତି ଚାଷ କାମ ଦେଖିବାକୁ ବିଲକୁ ଯାଇଥିଲେ । ସେଠାରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ସେମାନେ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ  । ପୋଲିସ ମୃତଦେହ ଜବତ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଯୁବକଜଣଙ୍କ ଆତ୍ମହତ୍ୟ କରିଛନ୍ତି ନା ତାଙ୍କୁ କେହି ହତ୍ୟ କରିଛି ସେନେଇ ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି ।

 

  • Tags:

Subscribe

National International State Sports Entertainment