ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତକୁ ନେଇ ଶ୍ରୀମୟୀ ମିଶ୍ର ସମାଲୋଚନା କରିଛନ୍ତି। ଆଜି ନୂଆପଡ଼ା କ୍ୟାମ୍ପେନକୁ ଯାଉଥିବାବେଳେ ନବୀନଙ୍କ ଏକ ଭିଡିଓ ପୋଷ୍ଟ କରି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ। ଭିଡିଓରେ ନବୀନ ଏୟାରପୋର୍ଟରେ ଧୀରେ ଧୀରେ ଚାଲି ଚାଲି ଆସୁଥିବା ଦେଖିବାକୁ ମିଳିଛି। ଭିଡିଓରେ ନବୀନଙ୍କୁ ୨ PSO ହାତ ଧରି ନେଉଛନ୍ତି ।
ତେବେ ଏହି ଭିଡିଓକୁ ସେୟାର କରି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି, ଯଦି ନବୀନଙ୍କ ପୁଅ/ଝିଅ ଥାଆନ୍ତେ, ସେମାନେ କ’ଣ ତାଙ୍କ ଅସୁସ୍ଥ ବାପାଙ୍କୁ ଏଭଳି ଅବସ୍ଥାରେ କେବଳ ପ୍ରଚାର ପାଇଁ ବାହାରକୁ ଛାଡ଼ିଥାଆନ୍ତେ। ଆମ ଭିତରୁ କେହି ବି ପୁଅ ଓ ଝିଅ ବାପାମାଆଙ୍କୁ ଏଭଳି ଛାଡ଼ିଥାଆନ୍ତେ ? କେବଳ ରାଜନୀତି ନୁହେଁ; ମାନବିକତା, ପ୍ରେମ ଓ ସମ୍ମାନରେ ବି ଆମେ ଗୁରୁଜନଙ୍କ ପ୍ରତି ଋଣୀ ବୋଲି ଶ୍ରୀମୟୀ କହିଛନ୍ତି।
ଗତ କିଛି ଦିନ ଧରି ପୂର୍ବତନ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ସୋସିଆଲ ମିଡିଆରେ ଆକ୍ରମଣ ଜାରି ରଖିଛନ୍ତି। ଆଜି ପୁଣିଥରେ ନବୀନ ପ୍ରଚାର ପାଇଁ ଯାଉଥିବା ଏହି ଭିଡିଓକୁ ସେୟାର କରି ସେ ସିଧାସଳଖ ଟାର୍ଗେଟ କରିଛନ୍ତି।
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ସେଠାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍ ରୋଡ ଏନଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ ଶୋ କରିଛନ୍ତି।
ଅଧିକ ପଢନ୍ତୁ: ନୂଆପଡ଼ାରେ ନବୀନଙ୍କ ରୋଡ ଶୋ’; ସ୍ବତନ୍ତ୍ର ବସରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଲେ ପ୍ରଚାର