ନୂଆପଡ଼ା ଉପନିର୍ବାଚନ ପାଇଁ ସମୟ ପାଖେଇ ଆସୁଥିବା ବେଳେ ଆଜି ପ୍ରଚାର ମଇଦାନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଖରିଆର ରୋଡରେ ଆଜି ନବୀନ ରୋଡ ଶୋ’ କରିଛନ୍ତି। ସ୍ବତନ୍ତ୍ର ବସରେ ବସି ପ୍ରଚାର କରୁଛନ୍ତି ନବୀନ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ଭୋଟ୍ ମାଗୁଛନ୍ତି। ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବା ବେଳେ ସବୁ ରାଜନୈତିକ ଦଳ ଏବେ ଜୋରଦାର ପ୍ରଚାରରେ ଲାଗିଛନ୍ତି।
ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ନବୀନ ନୂଆପଡାବାସୀଙ୍କୁ ଅପିଲ କରିଛନ୍ତି। ଗତ ୩ ତାରିଖରେ ବି ନୂଆପଡ଼ା ଯାଇ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ। ଆଜି ଦ୍ୱିତୀୟ ଥର ପାଇଁ ସେ ନୂଆପଡା ଯାଇ ପ୍ରଚାର କରିଛନ୍ତି। ସେପଟେ ଗତକାଲି ମୋହନ ମାଝୀ ମଧ୍ୟ ବିରାଟ ରୋଡ ଶୋ’ କରି ଶକ୍ତି ପ୍ରଦର୍ଶନ କେଇଥିଲେ। କୋମନାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରି ନବୀନଙ୍କ ‘ବେଇମାନୀ’ ଅଭିଯୋଗର ଜବାବ ରଖିଥିଲେ ମୋହନ। ନବୀନଙ୍କୁ ପାଲଟା ପ୍ରଶ୍ନ କରି ମୋହନ ପଚାରିଛନ୍ତି, ବିଜେପୁରରେ ଯେତେବେଳେ କଂଗ୍ରେସ ନେତାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା, ସେତେବେଳେ ଏହା କ’ଣ ଥିଲା? ବିଜେଡି ସରକାର ଥିବା ବେଳେ କେତେଥର ବେଇମାନୀ କରିଛି, ତାର ହିସାବ ମାଗିଥିଲେ ମୋହନ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲୋକପ୍ରିୟତା ଆଗେ ଡରିଯାଇଛି ବିଜେଡି। ନୂଆପଡାରେ ଦଳର ହାରିବା ଭୟ ରହିଛି। ସେଥିପାଇଁ ଦ୍ୱିତୀୟ ଥର ପାଇଁ ବିଜେଡି ସୁପ୍ରିମୋଙ୍କୁ ନୂଆପଡ଼ାକୁ ନେଇଛି। ସଠିକ ଭାବେ ଚାଲିବୁଲି ପାରୁନଥିବା ନବୀନ ଏବେ ସ୍ନେହାଙ୍ଗିନୀଙ୍କ ପାଇଁ ବସରେ ବସି ପ୍ରଚାର କରୁଛନ୍ତି। ଅଧିକାଂଶ ସମୟରେ ଅସୁସ୍ଥତା କରଣର ଯିଏ ନିଜ ଦଳର କର୍ମୀ ଓ ବିଧାୟକଙ୍କୁ ଦେଖା କରିନଥାନ୍ତି, ସେ ଏବେ ଘନ ଘନ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟ ମାଗୁଛନ୍ତି।
ଅଧିକ ପଢନ୍ତୁ: ସଭାମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ବେଳେ କାହିଁକି କଇଁ କଇଁ ହୋଇ କାନ୍ଦିଲେ ଜୟ?