ପହିଲି ଭୋଗ ଲାଗି ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍ କମିଟି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ୧୬ରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଏଥିସହ ଜାନୁୟାରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତିନିର୍ଘଣ୍ଟକୁ ଚୂଡାନ୍ତ କରାଯାଇଛି। ତେବେ ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ଭକ୍ତଙ୍କ ଲାଗି ପ୍ରତେକ ଦିନ ରାତି ୨ଟାରେ ସିଂହଦ୍ଵାର ଫିଟାଯାଇ ଭୋର ୫.୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପର୍ଣ୍ନ ହେବ ବୋଲି ନିର୍ଣ୍ଣୟ କରାଯାଇଛି।
ସୂଚନା ମୁତାବକ , ପହିଲି ଭୋଗ ନୀତି ଚାଲିବା ସମୟରେ ଡିସେମ୍ବର ୩୧ ତାରିଖ ଅର୍ଥାତ ବର୍ଷର ଶେଷ ଦିନ ପଡୁଥିବାରୁ ମନ୍ଦିରରେ ଭକ୍ତଙ୍କ ଭିଡ ବଢିବା ବୋଲି ଅନୁମାନ କରାଯାଇଛି ତେଣୁ ଭିଡକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଏବଂ ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବନାହିଁ ବୋଲି ନିର୍ଦେଶ ଦିଆଯାଇଛି। ଆଜି ବୈଠକରେ ଚୂଡାନ୍ତ ନୀତିନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯିବା ପରେ ପରିଚାଳନା କମିଟିରେ ମୋହର ମରାଯିବ। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ,ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏମାନଙ୍କ ଉପସ୍ଥତିରେ କମିଟି ତରଫରୁ ସମସ୍ତ ନିଆଯାଇଛି।
ଅଧିକ ପଢନ୍ତୁ ; ସୌରୀନଙ୍କ ବିରୁଦ୍ଧରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା