ରାଉରକେଲା: ରାଉଲକେଲା ରେଳ ଷ୍ଟେସନରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ଯାତ୍ରୀ ବର୍ତ୍ତି ଯାଇଛନ୍ତି । ଷ୍ଟେସନର ମୁଖ୍ୟ ଫାଟକ ପ୍ରବେଶ ଦ୍ୱାର ନିକଟରେ ଥିବା ନିର୍ମାଣଧୀନ ସେଡ୍ ହଠାତ୍ ଭୁଶୁଡ଼ି ପଡ଼ିଛି । ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ଟି କାର୍ ଭାଙ୍ଗି ଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ , ଆଜି ସକାଳ ୯ଟା ସମୟରେ ରାଉରକେଲା ଷ୍ଟେସନରେ ନିର୍ମାଣଧୀନ ଥିବା ଏକ ସେଡ୍ ହଠାତ୍ ଭାଙ୍ଗି ଯାଇଥିଲା । ତଳେ ଛିଡ଼ା ହୋଇଥିବା ଯାତ୍ରୀଙ୍କ ଉପରେ ପଡ଼ିଥିଲା । ଫଳରେ ୩ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ନିର୍ମାଣ ମାତ୍ର ତିନି ମାସ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଯାହାକୁ ନେଇ ସମସ୍ତଙ୍କ ମନରେ ଉଦବେଗ ପ୍ରକାଶ ପାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।