ବଲାଙ୍ଗିର ପୁଇଁନ୍ତଳା ଥାନା ଅନ୍ତର୍ଗତ ଖମାରମୁଣ୍ଡା ଗାଁରେ ଯୁବତୀଙ୍କୁ ବିଭତ୍ସ ହତ୍ୟା। ଯୁବତୀଙ୍କ ନାମ ଗୀତାଞ୍ଜଳି ଷଡଙ୍ଗୀ। ଘରେ ଏକା ଥିବାବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ। ତାଙ୍କ ମୁଣ୍ଡରେ ମାରଣାସ୍ତ୍ର କିମ୍ବା ପଥରରେ ଆକ୍ରମଣ କରି ହତ୍ୟାକରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଶନିବାର ବଲାଙ୍ଗିର ସହରରେ ରହୁଥିବା ନାନୀଙ୍କ ଘରକୁ ଆସିଥିଲେ ଘରକୁ ଯିବା ପରେ ତାଙ୍କ ଫୋନ ଆସିଥିଲା। ଏନେଇ ପରିବାର ଲୋକ ଶୋଇଥିବା ନେଇ ସନ୍ଦେହ କରି ଚୁପ ରହିଥିଲେ । ମୃତ ଯୁବତୀଙ୍କ ଝିଆରୀ ଘରକୁ ଆସି ଦେଖିବା ବେଳକୁ ତାଙ୍କ ମୃତଦେହ ଦେଖିଥିଲେ । ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଇଁନ୍ତଳା ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଆରମ୍ଭ ତଦନ୍ତ କରିଛନ୍ତି।
ମୃତ ଗୀତାଙ୍କ ନାମରେ ବହୁ ଜମି ଥିବା ବେଳେ ବଲାଙ୍ଗିର ସହରରେ ଜମି ବିକ୍ରି କରିବା ଭଳି କାମ ମଧ୍ୟ କରୁଥିଲେ । ତା ସହ ବିଭିନ୍ନ ଲୋକଙ୍କୁ ସୁଧରେ ଟଙ୍କା ଦେଉଥିଲେ । ଏନେଇ କାହା ସହ କିଛି ଶତ୍ରୁତା ଥିଲା ଯାହାପାଇଁ ଏଭଳି ହତ୍ୟା କରାଯାଇ ପାରେ ବୋଲି ସନ୍ଦେହ କରାଯାଉଛି। ପରିବାର ଲୋକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।