ଭୁବନେଶ୍ୱର : ପଛକୁ ପଛ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଦୁଇଟି ଲଘୁଚାପ। ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୧୪ ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୧ ବେଳକୁ ଆଉ ଏକ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ଅଗଷ୍ଟ ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ୧୪ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ସେପଟେ ଅଗଷ୍ଟ ୨୧ ବେଳକୁ ଆଉ ଏକ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ପାଣିପାଗ ବିଭାଗ ମଡେଲ ସୂଚନା ଦେଇଛି ।
ତେବେ ୧୫ ଦିନ ଭିତରେ ପଛକୁ ପଛ ୩ଟି ଲଘୁଚାପ ଚିନ୍ତା ବଢାଇଛି । ମହାନଦୀ ସମେତ ରାଜ୍ଯରେ ବିଭିନ୍ନ ବଡ଼ ବଡ଼ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇପାରେ।
ଅନ୍ୟପଟେ ଶନିବାର ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ଏହାର ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଯାହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଉତ୍ତର ଉପକୂଳରେ ବି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ । ଉତ୍ତର ଓ ଉପକୂଳର ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।