ବଲାଙ୍ଗିର : ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ନୂଆ ନୂଆ ଉପାୟରେ ଚାଲାଣ କରୁଛନ୍ତି ବେପାରୀ। କେତେବେଳେ ନିଜ ଦେହରେ ଗୁଡେଇ ଚାଲାଣ କରୁଛନ୍ତି ତ କେତେବେଳେ କାଉଡିଆ ବେଶରେ। ଏହାରି ଭିତରେ ଆଉ ଏକ ଗଞ୍ଜେଇ ଚୋରା ଚାଲାଣ ରାକେଟ୍ କୁ ଧରିଛି ଅବକାରୀ ବିଭାଗ।
ବୌଦ୍ଧ ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ବଡ଼ ସଫଳତା ପାଇଛି ଅବକାରୀ ବିଭାଗ। କ୍ଷୀର ବ୍ୟବସାୟୀର ପରିଚୟ ଦେଇ କ୍ଷୀର ଜାର ଭିତରେ ଗଞ୍ଜେଇ ଲୁଚାଇ ଆନ୍ତଃରାଜ୍ୟ ଚାଲାଣ କରୁଥିବା ଏକ ଗ୍ୟାଙ୍ଗକୁ ଧରିଛି ତୁଷୁରା ଅବକାରୀ ବିଭାଗ।ଛତିଶଗଡ଼ ବିଳାସପୁର ଅଞ୍ଚଳର ମୋହିତ ବୈଷ୍ଣବ, ସୁରଜ ମାହାନ ଓ ରାଜୁ ବଂଶଳ ଏକ ବାଇକ ଯୋଗେ କ୍ଷୀର ଜାରରେ ଗଞ୍ଜେଇ ଭରି ବୌଦ୍ଧ ଜିଲ୍ଲା ଦେଉଲି ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରିଥିବା ବେଳେ ଦେଓଗାଁ ଥାନା କୁକୁର ଖାଇ ଛକରେ ମାଡି ବସିଥିଲା ଅବକାରୀ ବିଭାଗ l ଚଢ଼ାଉ ବେଳେ ୪୫କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା କରାଯିବା ସହ ଏହି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ରାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ, ସେନେଇ ତଦନ୍ତ ଜାରି ରହିଛି।