ଗଞ୍ଜାମ : ଓଲଟିଲା ବୋଲବମ କାଉଡିଆଙ୍କୁ ନେଇ ଯାଉଥିବା ଏକ ଟାଟା ଏସି। ଛତ୍ରପୁର ନିକଟ କାଳିଆବାଲି ଛକରେ ଘଟିଛି ଏହି ଅଘଟଣ l ୧୩ ଜଣ କାଉଡିଆ ଆହତ ହୋଇଥିବା ବେଳେ ଟାଟା ଏସି ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି l
ସୂଚନା ଅନୁସାରେ ଜଗଦଳପୁର ରୁ ଏକ ଟାଟା ଏସି ଯୋଗେ ୧୩ ଜଣ କାଉଡିଆ ଗଞ୍ଜାମ ଋଷିକୂଲ୍ୟା ନଦୀକୁ ପାଣି ଉଠାଇବା ପାଇଁ ବାହାରିଥିଲେ l ପାଣି ନେଇ ଗଞ୍ଜାମ ବ୍ଲକର ଅଳେସ୍ଵର ଶୈବ ପୀଠରେ ଜଳାଭିଷେକ କରିଥାନ୍ତେ l ହେଲେ କାଳିଆବାଲି ନିକଟରେ କୌଣସି କାରଣ ବଶତଃ ଟାଟା ଏସି ଟି ଓଲଟି ପଡିଥିଲା l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ସେପଟେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l