କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କଲେଜ ରୋଡରେ ଏକ ଭଡ଼ା ଘରୁ ଚୋରି। ଭଡ଼ା ଘରେ ରହୁଥିବା ବ୍ୟବସାୟୀ ଯୁଗଳ ଅଗ୍ରୱାଲ ଓ ଜ୍ୟୋତି ଅଗ୍ରୱାଲ ଙ୍କ ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରାୟ ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା, ୩ ଶହ ଗ୍ରାମ ରୁପା, ୧୫ ଗ୍ରାମ ସୁନା ଓ ଲାପଟପ୍ ଆଦି ଲୁଟି ନେଇ ଯାଇଛନ୍ତି।
ସୂଚନା ଅନୁଯାୟୀ ଗତ ସୋମବାର ଦିନ ଠାରୁ ଯୁଗଳ ଅଗ୍ରୱାଲ ଓ ତାଙ୍କ ପତ୍ନୀ ବାବାଧାମ ଶିବଙ୍କ ପାଖରେ ଜଳାଭିଷେକ ପାଇଁ ଯାଇଥିଲେ। ଗତକାଲି ସେ ଘରକୁ ରାତି ୧ ଟାରେ ଫେରିବା ବେଳେ ତାଲା ଭଙ୍ଗା ହୋଇ ସବୁ ଲୁଟ୍ ହୋଇଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ସେ କେସିଙ୍ଗା ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘରୁ ପୂର୍ବରୁ ମଧ୍ୟ ଏଭଳି ଡକାୟତି ଘଟଣା ହୋଇଥିବା ନଜିର ରହିଛି ।
କେସିଙ୍ଗା ସହରରେ ଗତ କିଛି ଦିନ ମଧ୍ୟରେ ଦୁଇଟି ବଡ଼ ଚୋରି ହୋଇଥିବାବେଳେ ପୁଲିସ ଲୁଟେରାଙ୍କ ଟେର୍ ପାଉ ନାହିଁ, ଯେଉଁଥି ଲାଗି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି।