ରାଜ୍ୟରେ କିଛିଦିନ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନରେ ଅସହ୍ୟ ତାତିକୁ ରାତିରେ ଗୁଳୁଗୁଳି ଅନୁଭୂତ ହେଉଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି । ଏବଂ ଆସନ୍ତା ୪ ଦିନ ଯାଏଁ ପ୍ରଚଣ୍ଡରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ଏହାସହ ଆସନ୍ତା ୧୮ ଓ ୧୯ ତାରିଖରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି ।ବିଶେଷ କରି ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ, ନୟାଗଡ, ଝାରସୁଗୁଡା, ଅନୁଗୁଳ, ବୌଦ୍ଧ ଏବଂ ମାଲକାନଗିରିରେ ୪୫ ଡିଗ୍ରୀ ପାର କରିବ ତାପମାତ୍ରା ।
ଏହାସହ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୭ ରେ କେନ୍ଦୁଝର , ମୟୁରଭଂଜ , ଭଦ୍ରକ , ବାଲେଶ୍ୱର , କେନ୍ଦ୍ରାପଡା , ଜଗତସିଂପୁର , କଟକ , ଖୋର୍ଦ୍ଧା , ନୟାଗଡ, କନ୍ଧମାଳ , ଓ ଅନୁଗୁଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏବଂ ୧୮ ଓ ୧୯ ତାରିଖରେ ମଧ୍ୟ ଉପକୂଳ ଓଡିଶା , ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହାସହ ଓଡିଶାର ସବୁ ସ୍ଥାନରେ ଅସମ୍ଭାଳ ତାତି ଓ ଗୁଳୁଗୁଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।