ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପିକ ଅପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ପାତ୍ରପଡାଠାରେ ଥିବା ଭାଇଜି ଗାଙ୍ଗୁରାମ ମିଠା ଦୋକାନ ସାମ୍ନାରେ ଘଟିଛି ସଡକ ଦୁର୍ଘଟଣା । ପିକଅପ୍ ଭ୍ୟାନ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଛି । ଉକ୍ତ ପିକଅପ୍ ଭ୍ୟାନକୁ ଅଟକ ରଖାଯାଇଛି । ଏନେଇ ଖଣ୍ଡଗିରି ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ରାଜଧାନୀରେ ଦୁର୍ଘଟଣାର ମାତ୍ରା ବଢ଼ିବାରେ ଲାଗିଛି । ବେପୁରୁଆ ଗାଡ଼ି ଚାଳନ ପାଇଁ ଦୁର୍ଘଟଣା ମଧ୍ୟ ଘଟିଚାଲିଛି ।