ଶ୍ରୀରାମ ନବମୀରେ ବଲାଙ୍ଗିର ସହର ଉତ୍ସବମୁଖର ହୋଇ ଉଠିଥିଲା । ବଲାଙ୍ଗିର ଡେଲିମାର୍କେଟ୍ ସ୍ଥିତ ଶ୍ରୀରାମ ମନ୍ଦିରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଜୟ ଶ୍ରୀରାମ, ହରିବୋଲ, ହୁଳହୁଳିରେ ଉଲ୍ଲସିତ ଭକ୍ତଙ୍କ ବିପୁଳ ସାମାଗମ ହୋଇଥିଲାବେଳେ ଧୂପ, ଦୀପ, ନୈବେଦ୍ୟ ସହ ଭକ୍ତମାନେ ମନ୍ଦିରରେ ପହଞ୍ଚି ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ କାମନା କରିଥିଲେ । ତ୍ରେତୟା ଯୁଗର ଭଗବାନ ଶ୍ରୀରାମଙ୍କ ଜନ୍ମଦିନକୁ ଶ୍ରୀରାମ ନବମୀ ଭାବରେ ପାଳନ କରାଯାଉଥିବା ବେଳେ ଶ୍ରୀରାମଙ୍କ ପିତୃସତ୍ୟ ପାଳନ, କର୍ତ୍ତବ୍ୟନିଷ୍ଠତା ଏବଂ ମହାନ୍ ଆଦର୍ଶ ଆଜି ମଧ୍ୟ ମାନବ ସମାଜକୁ ଦିଗ୍ଦର୍ଶନ ଦେଉଛି । ପୁରୁଷୋତ୍ତମ ଶ୍ରୀରାମଙ୍କ ପାଦ ପୂଜନ କରି ଭକ୍ତମାନେ ଆଶୀର୍ବାଦ ପ୍ରାପ୍ତି ପାଇଁ ମନ୍ଦିରରେ ଭିଡ଼ ଜମାଇଥିଲେ ।
ଅଧିକ ପଢନ୍ତୁ : ରାମନବମୀରେ ରଥକାଠ ଚିରଟର ଶୁଭ ଅନୁକୂଳ ପରମ୍ପରା