ଭୁବନେଶ୍ୱର: ବଦଳିଲା ରାଜ ଭବନ ନାଁ। ଆଜିଠୁ ରାଜଭବନର ନାଁ ହେଲା ଲୋକ ଭବନ। କେନ୍ଦ୍ର ସରକାର ଏହାର ନାଁ ବଦଳାଇ ଲୋକଭବନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ଆଧାରରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ବିଜ୍ଞପ୍ତି ଅନୁସାରେ ଭୁବନେଶ୍ଵର ଏବଂ ପୁରୀ ରାଜଭବନର ନାଁକୁ ପରିବର୍ତ୍ତନ କରାଯାଇ ଲୋକଭବନ କରାଯାଇଛି। ତେଣୁ ଆଜିଠାରୁ ସରକାରୀ ଭାବେ ରାଜ ଭବନ ନାଁକୁ ଲୋକ ଭବନ ଭାବେ ଲେଖାଯିବ। ଏନେଇ 'X' ରେ ସୂଚନା ଦେଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି। ସୂଚନାଯୋଗ୍ୟ, ପୂର୍ବରୁ ସରକାର ରାଜ୍ୟ ସଚିବାଳୟ ନାଁ ବଦଳାଇ ଲୋକସେବା ଭବନ କରିଥିଲେ।
ଅଧିକ ପଢନ୍ତୁ: ନବକଳେବର ହେବ ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ