ଭୁବନେଶ୍ୱର : ରାଜ୍ୟର ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡ଼ିକର ହେବ ନବ କଳେବର। ଏନେଇ ରାଜ୍ୟ ସରକାର ପକ୍ଷରୁ ଘୋଷଣା ହେବା ସହ ନୋଟିସ ଜାରି କରାଯାଇଛି।
ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ୍ କୋଠା ନିର୍ମାଣ ହେବ। କଲେକ୍ଟରେଟ୍ କୋଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ଯ ଯୋଡ଼ାଯିବ। ରାଜ୍ୟର ଜିଲ୍ଲାଗୁଡ଼ିକୁ ବଡ଼, ମଧ୍ୟମ ଓ କ୍ଷୁଦ୍ର ୩ ବର୍ଗରେ ବିଭକ୍ତ କରାଯାଇଛି। ବଡ଼ ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ।ମଧ୍ୟମ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ସ୍କୋୟାର ଫୁଟ୍ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ। କ୍ଷୁଦ୍ର ଜିଲ୍ଲାରେ ୧ ଲକ୍ଷ ସ୍କୋୟାର ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ହେବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଭୁବନେଶ୍ୱରରେ ନିର୍ମାଣ ହେବ ୧୦ ମହଲା କୋଠାର ନୂଆ ସର୍କିଟ୍ ହାଉସ। ଯେଉଁଥିରେ ଜିମ୍, ଲାଇବ୍ରେରୀ ସହ ୱାନ BHK ଓ ଟୁ BHK ରହିବ।