କମିଶନରେଟ ପୋଲିସର ବଡ଼ ଧରଣର ରେଡ। କଟକ ବଜ୍ରକବାଟି ରୋଡରେ ଥିବା ଏକ ହୋଟେଲ ଉପରେ ଚଢାଉ କରି ପୋଲିସ ଏକ ଜୁଆଡି ଗ୍ୟାଙ୍ଗର ୧୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ମଙ୍ଗଳାବାଗ ଥାନା ପୋଲିସ ନଗଦ ୧୮ ଲକ୍ଷ ଟଙ୍କା ଜବତ୍ କରିଛି। ଅଭିଯୁକ୍ତମାନଙ୍କଠାରୁ ୧୪ ଟି ମୋବାଇଲ ଫୋନ୍,ତାସ ଓ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ, ୬ ଟି ବାଇକ୍ ଓ ଦୁଇଟି କାର୍ ମଧ୍ୟ ଜବତ୍ କରିଛି ପୋଲିସ।
ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କଟକ ମଙ୍ଗଳବାଗର ହେମନ୍ତ କାହାଳୀ, ଚିଣ୍ଟୁ ଦଳେଇ ଓ ତପନ ସେଠୀ, କଟକ ମାଲଗୋଦାମ ଦାସସାହିର ଅଜିତ ଓଝା, ବ୍ରହ୍ମପୁର କାଳୁପାତ୍ର ସାହିର ଶ୍ୟାମ ସୁନ୍ଦର ସାହୁ, କଟକ ମାଲ୍ଗୋଦାମର କିଷ୍ଣା ରାଓ, ବ୍ରହ୍ମପୁର ବଡ଼ବଜାରର ଏ ସନ୍ତୋଷ କୁମାର, ଭଦ୍ରକ ପୁରୁଣାବଜାରର ରାମ ଚନ୍ଦ୍ର ବେହେରା, ଭଦ୍ରକ ମାଧବନଗରର ମନୋଜ କୁମାର ମହାନ୍ତି, କଟକ ଚାଉଳିଆଗଞ୍ଜ ରଥ ଲେନ୍ର ରଙ୍ଗନାଥ ସାହୁ, ଖୋର୍ଦ୍ଧା ଜଟଣୀ ଦେଉଳବସ୍ତର ମହେଶ୍ୱର ସାନ୍ତା, କଟକ ଶିଖରପୁର ଉପରସାହିର ଯୋଗେଶ୍ୱର ରାଓ, ପୁରୀ ଦୋଳଗୋବିନ୍ଦପୁରର ଜଗବନ୍ଧୁ ବେହେରା ଓରଫ ଟୁଲୁ। ପୁଲିସ୍ ଏହି ଘଟଣାରେ ଅଧିକ ଖୋଳତାଡ଼ କରୁଥିବା ନେଇ ସୂଚନା ଦେଇଛନ୍ତି ଡିସିପି ରିଶିକେଶ୍ ଖିଲାରୀ।