ଅବକାରୀ ବିଭାଗ ହାତରେ ଧାରା ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରୁ ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ମାଲକାନଗିରି ଅବକାରୀ ବିଭାଗ ହାତରେ ଧରା ପଡିଲା ଜଣେ ଚୋରା ଚାଲାଣ କାରୀ । ଗଜେଇ ଚୋରା ଚାଲାଣ କରି ଫେରାର ହଉଥିଲେ ଦୁର୍ବୃତ୍ତ କିନ୍ତୁ ଅଧାବାଟରେ ତାଙ୍କର ସବୁ ପ୍ରୟାସ ବିଫଳ ହେଲା ।
ସୂଚନା ମୁତାବକ ମାଲକାନଗିରି ସହର ନିକଟରେ ଥିବା ଗୌଡ଼ଗୁଡା ଛକ ଠାରେ ଅବକାରୀ ବିଭାଗର କର୍ମଚାରୀ ମାନେ ଗୁଇନ୍ଦା ସୂଚନା ପାଇ ପେଟ୍ରଲିଙ୍ଗ କରୁଥିବା ସମୟରେ ଦ୍ରୁତ ଗତିରେ ଏକ କାର ମାଲକାନଗିରି ସହର ଆଡ଼କୁ ଆସୁଥିବା ଦେଖିବାକୁ ପାଇଥିଲେ । କାରଟି ଦ୍ରୁତ ଗତି ଦେଖି ପୋଲିସ ସନ୍ଦେହ କରିଥିଲେ ପରେ ଉକ୍ତ କାରକୁ ଅଟକାଇ ଯାଞ୍ଚ କରିବାରୁ ସେଠାରୁ 88 କେଜି ଗଞ୍ଜେଇ ବାହାରି ଥିଲା । ଯାହାର ଆନୁମାନିକ ବଜାର ମୁଲ୍ୟ 8 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଏହି ଚୋରା ଚାଲାଣରେ ସାମିଲ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଉପ ନିରୀକ୍ଷକ। ଏବେ ଏହି ଗଞ୍ଜେଇର ଚୋରା ଚାଲାଣରେ ଜଡିତ ଥିବା ଅନ୍ୟ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ପୋଲିସ ତଦନ୍ତ ଜାରିରଖିଛି।
ଅଧିକ ପଢନ୍ତୁ :କଲରାପତରିଆ ବାଘଛାଲ ଜବତ : ଜଣେ ଅଟକ