ଭୁବନେଶ୍ବର: ଆଜିଠୁ ଆରମ୍ଭ ଯୁକ୍ତ ଦୁଇ ନାମଲେଖା ଆବେଦନ । ଆଜିଠୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖ ଯାଏଁ ଅନଲାଇନ୍ ଆବେଦନ ଚାଲିବ। ଏନେଇ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ www.samsodisha.gov.in ୱେବ୍ସାଇଟ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି ୨୦୦ ଟଙ୍କା ରହିଥିବା ବେଳେ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଆବେଦନ ଫି ରହିଛି। ଜୁଲାଇ ୭ରେ ବାହାରିବ ପ୍ରଥମ ମେରିଟ୍ ଲିଷ୍ଟ। ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ ଏବଂ ଜୁଲାଇ ୨୪ରୁ ଆରମ୍ଭ ହେବ ପାଠପଢ଼ା।
ସୂଚନା ଅନୁଯାୟୀ +୨ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ନାମଲେଖା ପାଇଁ ୨୪ ତାରିଖ ଅପରାହ୍ଣ ୨ଟାରୁ ଆବେଦନ ଆରମ୍ଭ ହେବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଜୁଲାଇ ୭ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏହାପରେ ଜୁଲାଇ ୮ରୁ ୧୪ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ରିପୋର୍ଟିଂ ସହ ନାମ ଲେଖାଇପାରିବେ ଏବଂ ଜୁଲାଇ ୩୦ରେ ତତ୍କାଳ(ସ୍ପଟ୍) ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ।