ମାଲାକନାଗିରି: ଭୁଷୁଡ଼ୁଛି ଲାଲଗଡ଼ । ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ହିଂସାର ବାଟ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲହୋଇ ଏକ ସୁଖ ସଂସାର କରିବା ପାଇଁ ଓଡିଶା କେକେବିଏନ୍ ଡିଭିଜନରେ ସକ୍ରିୟ ଥିବା ଜଣେ ମାଓବାଦୀଙ୍କ ସମେତ ବହୁ କାଡର ମାଓବାଦୀ ବିଜାପୁର ଠାରେ ଆତ୍ମସମର୍ପଣ କରିଛନ୍ତି । ବିଶେଷ କରି ମାଓବାଦୀଙ୍କ ପିଏଲଜିଏ କମ୍ପାନୀର କମାଣ୍ଡର, ବାଟାଲିୟନ ନଂ ୧, ମାଓ ଡିଭିଜନ କମିଟିର ବହୁ କମାଣ୍ଡର ବିଜାପୁର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯବାନମାନଙ୍କ ମାଓବିରୋଧୀ ଅପରେଶନ, ବିଭିନ୍ନ ସ୍ଥାନରେ ଯବାନଙ୍କ କ୍ୟାମ୍ପ ସ୍ଥାପନକୁ ଭୟ ଓ ସରକାରଙ୍କ ବିଭିନ୍ନ ଯୋଜନା ଦ୍ବାରା ଆକୃଷ୍ଟ ହୋଇ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତ। ତେବେ ଏହି ୨୪ ଜଣଙ୍କ ମଧ୍ୟରୁ ୨୦ ଜଣ ମାଓବାଦୀଙ୍କ ନାମରେ ନାଁରେ ଘୋଷଣା ହୋଇଥିଲା ୮୭.୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଅପରପକ୍ଷେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ମିଳିବା ସହ ସମସ୍ତଙ୍କୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯାଇଛି । ତେବେ ଅନ୍ୟ ମାଓବାଦୀମାନଙ୍କୁ ମଧ୍ୟ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୋଲିସ ପକ୍ଷରୁ ଆହ୍ବାନ କରାଯାଇଛି।