ଭୁବନେଶ୍ୱର : କାଲି କମିଥିଲା ସୁନା ଦର। ହେଲେ ପୁଣି ଆଜି ବଢ଼ିଛି ସୁନା ଦର। ବର୍ତ୍ତମାନ ବାହାଘର ସିଜିନ୍ ଥିବାରୁ ସୁନାଦରର ବୃଦ୍ଧି ସୁନା ପ୍ରେମୀଙ୍କ ମୁଣ୍ଡରେ ଚଡ଼କ ପକେଇଛି। ତେବେ ଯଦି ଆପଣ ଆଜି ଦେଖିବେ ଉଭୟ ୨୨ ଓ ୨୪ କ୍ୟାରେଟ୍ ବିଶିଷ୍ଟ ସୁନା ଦର ବଢିଛି। ପ୍ରତ୍ୟେକ କ୍ଷେତ୍ରରେ ୪୦୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୦୮୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୯୦୦ ଟଙ୍କା ରହିଛି। ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩, ୫୬୦ ଟଙ୍କା ରହିଛି। ଯାହା ଗତକାଲି ୭୩,୧୫୦ ଟଙ୍କା ଥିଲା। ତେବେ ଏଥିରେ ୪୧୦ ଟଙ୍କା ବୃଦ୍ଧି ହୋଇଛି। ତେବେ ଆଜି କେବଳ ସୁନା ଦର ବୃଦ୍ଧି ପାଇଛି ହେଲେ ରୂପା ଦାମ କମିଛି। ଆଜି ରୂପା ୧୦ ଗ୍ରାମ୍ ରୁପା ଦାମ୍ ୧୧,୦୯୦ ଟଙ୍କା ରହିଛି। ବାରମ୍ବାର ସୁନା ଦର ବଢିବା ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।