ବୌଦ୍ଧ: ବିଦେଶୀ ମଦ ଜବତ ମାମଲାରେ ଅଭିଯୁକ୍ତକୁ ନୋଟିସ ଦେଲା ବୌଦ୍ଧ ପୋଲିସ । ଗୁରୁବାର ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ବାମଣ୍ଡା ନିକଟସ୍ଥ ଏକ ଢାବାରୁ ବୌଦ୍ଧ ପୋଲିସର ସ୍ବତନ୍ତ୍ର ଟିମ ଚଢାଉ କରି ୬୮ ଲିଟର ୪୮୦ ମିଲିଲିଟର ବିଦେଶୀ ମଦ ଜବତ କରିଥିଲା । ଏହି ଘଟଣାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ପରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ୩୫ ଧାରାରେ ନୋଟିସ୍ ଦେଇ ଛାଡି ଦେଇଥିବା ସୂଚନା ମିଳିଛି । ଆଉ କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ବିଦେଶୀ ମଦ ଜବତ ଘଟଣା ଏହା ପ୍ରଥମ ନୁହେଁ ବରଂ ବାରମ୍ବାର ବିଦେଶୀ ମଦ ଚାଲାଣ କରାଯାଉଛି ।
ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନେବା ପର୍ଯ୍ୟନ୍ତ ବିନା ଭୟରେ ବିଦେଶୀ ମଦ ବେପାରୀ ଏପରି ମଦ ଚାଲାଣ କରୁଥିବେ ।