କଟକ: ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଅଭିଯୁକ୍ତଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରିଛନ୍ତି କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ । ଏହି ସମୟରେ କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା । ଏହି ଘଟଣାରେ ଗିରଫ ହୋଇଥିବା ସନାତନ ବିଶୋୟୀ, ରାମଜୀ ପ୍ରସାଦ ଗୁପ୍ତା ଓ ଜୟନ୍ତ କୁମାର ରାଉତଙ୍କ ନିୟମିତ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮କୁ ଧାର୍ଯ୍ୟ କରାଯାଇଛି ।
ପୂର୍ବରୁ ବୋର୍ଡର ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ନିୟମିତ ଜାମିନ ଆବେଦନର ଗତ ସପ୍ତାହରେ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ତାରିଖ ଅଗଷ୍ଟ ୧୮କୁ ଧାର୍ଯ୍ୟ କରିଥିଲେ। ଅଗଷ୍ଟ ୧୮ରେ ଓଟିଇଟି ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ଘଟଣାରେ ଗିରଫ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ଜାମିନ ଆବେଦନଗୁଡ଼ିକର କଟକ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଶୁଣାଣି ହେବାକୁ ଥିବାବେଳେ କ୍ରାଇମବ୍ରାଞ୍ଚ ତରଫରୁ କେସ୍ ଡାଏରି ସହିତ ତଦନ୍ତର ସାନି ସ୍ଥିତି ସମ୍ପର୍କିତ ତଥ୍ୟ ଦାଖଲ କରାଯିବ।