ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଓଡ଼ିଶା ଫୁଡ୍ ପ୍ରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାକୁ ଖାଦ୍ୟ ପ୍ରକ୍ରିୟାକରଣ ହବ୍ ବା ଫୁଡ୍ ପ୍ରୋସେସିଂ ହବ୍ ରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏକ ସ୍ଥାୟୀ ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶାକୁ ପୂର୍ବ ଭାରତର ସବୁଠାରୁ ପସନ୍ଦର ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛି । ଆମ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସମସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ । ଓଡ଼ିଶାରେ ଖାଦ୍ୟ ପ୍ରକ୍ରିୟାକରଣର ସମ୍ଭାବନାକୁ ଆଲୋକପାତ କରି ନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କମ୍ପାନୀକୁ ଆହ୍ୱାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉପସ୍ଥିତ ନିବେଶକଙ୍କୁ ସମ୍ବୋଧିତ କରି ରାଜ୍ୟର ନୀଳ ଅର୍ଥନୀତି, ଆଦିବାସୀ ଉତ୍ପାଦ ଖାଦ୍ୟ, ଧାନ, କୋରାପୁଟ କଫିର ଚାହିଦା ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣକୁ ବିସ୍ତାର କରାଯାଉଛି । ରପ୍ତାନୀ ପାଇଁ ସରକାର ନୀଳ ଅର୍ଥନୀତି ବା ବ୍ଲ ଇକୋନୋମି ଉପରେ ଗୁରୁତ୍ୱାରୋପ ଦେଉଛନ୍ତି । ନିବେଶକଙ୍କ ପାଇଁ ୫୭୫ କିମି ଦୀର୍ଘ ସମୁଦ୍ର ଉପକୂଳ, ରେଳ ଓ ବନ୍ଦର ମାଧ୍ୟମରେ ରପ୍ତାନୀ ସହ ମଜବୁତ ବଜାର ସୁବିଧା ପ୍ରସ୍ତୁତ କରାଯାଉଛି । ସେହିପରି ଆଦିବାସୀ ବହୁଳ ଅଞ୍ଚଳରେ ବାଜରା, ତେନ୍ତୁଳି, ହଲଦୀ, ମହୁ, ବନ ଉତ୍ପାଦ ପ୍ରଚୁର ପରିମାଣରେ ଉତ୍ପାଦ ହେଉଛି । ଆନ୍ଧ୍ର ପ୍ରଦେଶ ଆରକୁ କଫି ଭଳି କୋରପୁଟ କଫି ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଉତ୍ତମ ବିଡିଂ, ଷ୍ଟୋରେଜ୍, ପରୀକ୍ଷା, ବ୍ରାଣ୍ଡିଂ ଏବଂ ମାର୍କେଟିଂ ଦ୍ୱାରା ଏହାର ଚାହିଦାକୁ ବୃଦ୍ଧି କରାଯାଇ ପାରିବ ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଉତ୍ପାଦ କ୍ଷେତ୍ରରେ ଖାଦ୍ୟ ପ୍ରକ୍ରିୟାକରଣ ସେକ୍ଟର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ନିଯୁକ୍ତିର ଏକ ବଡ଼ ସମ୍ଭାବନା । ଏକ ସ୍ଥାୟୀ ଖାଦ୍ୟ ପ୍ରକ୍ରିୟାକରଣରେ ଓଡ଼ିଶାକୁ ପୂର୍ବ ଭାରତର ସବୁଠାରୁ ପସନ୍ଦର ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛି ।
ଖାଲି ସେତିକି ଓଡ଼ିଶାର ଧାନ, ମିଲେଟ୍ ଆଧାରିତ ଖାଦ୍ୟ, ଫୁଲ, ପରିବା, ମସଲା, ଖାଇବା ତେଲ, ମତ୍ସ୍ୟ ପାଳନ, ରେଡି ଡୁ ଇଟ୍ ଖାଦ୍ୟର ରପ୍ତାନୀ ପାଇଁ ସମସ୍ତ ସୁବିଧା ସୁଯୋଗ ରହିଛି । ଆମ ଖାଦ୍ୟ ପ୍ରକ୍ରିୟାକରଣ ନୀତି ସମସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ । ତେଣୁ ଓଡ଼ିଶାରେ ନିବେଶ କରିବାକୁ ଏହା ପ୍ରକୃତ ସମୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।