ଭୁବନେଶ୍ୱର: ଭରସା, ପରମ୍ପରା ଓ ଉତ୍କର୍ଷର ୯୦ ବର୍ଷ। ଏକ ଛୋଟ ସହରରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଓଡ଼ିଶାର ଗହଣା ଜଗତରେ ଏକ ପରିଚିତ ନାମରେ ପରିଣତ ହୋଇଛି। ଖିମଜୀ ଦୟାଭାଇ କୋ. ଗ୍ରୁପ୍ ନିଜର ୯୦ ବର୍ଷର ଗୌରବମୟ ଯାତ୍ରା ପୂର୍ତ୍ତି କରି ଏକ ଐତିହାସିକ ମାଇଲଖୁଣ୍ଟ ଛୁଇଁଛି।
୧୯୩୬ ଅଗଷ୍ଟରେ ବାରିପଦାରେ ପ୍ରଥମ ଷ୍ଟୋରରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା। ପରେ ୧୯୯୮ରେ ବାଲେଶ୍ୱର, ୨୦୧୬ରେ ଭଦ୍ରକ ଏବଂ ୨୦୨୦ରେ YOULRY.COM ଜରିଆରେ ଡିଜିଟାଲ୍ ମାର୍କେଟରେ ପ୍ରବେଶ କରି ଗ୍ରୁପ୍ ନିଜର ବ୍ୟବସାୟିକ ପରିସରକୁ ଆହୁରି ବ୍ୟାପକ କରିଛି। ୨୦୨୫ରେ ଭୁବନେଶ୍ୱରରେ ARNIKA – Crafted by Khimji Dayabhai Co. Group ଆରମ୍ଭ କରି ଆଧୁନିକ ଲକ୍ସୁରୀ ରିଟେଲ୍ ଅନୁଭୂତିକୁ ନୂଆ ଦିଗ ଦେଇଛି।
ତେବେ ୯୦ ବର୍ଷ ପୂର୍ତ୍ତି ଅବସରରେ ଗ୍ରୁପ୍ର ଉତ୍ସବ ଶୈଳୀ ମଧ୍ୟ ରହିଛି ଭିନ୍ନ। ସାଧାରଣ ଭାବେ ପ୍ରଡକ୍ଟ କିମ୍ବା ସେଲିବ୍ରିଟିଙ୍କୁ କେନ୍ଦ୍ର କରି ଅଭିଯାନ କରିବା ପରିବର୍ତ୍ତେ, ଏଥର ଗ୍ରାହକଙ୍କୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ଦଶନ୍ଧି ଦଶନ୍ଧି ଧରି ଗ୍ରୁପ୍ ସହ ଯୋଡ଼ି ରହିଥିବା ପରିବାର, ସେମାନଙ୍କ ସ୍ମୃତି ଓ ସମ୍ପର୍କକୁ ନେଇ ଏହି ବିଶେଷ ଅଭିଯାନ ପ୍ରସ୍ତୁତ କରାଯାଇଛି।
ଗ୍ରୁପ୍ର ବିଶ୍ୱାସ, ଗ୍ରାହକ ହିଁ ବ୍ରାଣ୍ଡର ପ୍ରକୃତ ଆମ୍ବାସାଡର। ଓଡ଼ିଶାରେ ବ୍ରାଣ୍ଡ କମ୍ୟୁନିକେସନରେ ପ୍ରକୃତ ଗ୍ରାହକଙ୍କ ଫଟୋ ଓ ସେମାନଙ୍କ କାହାଣୀକୁ ସାମିଲ କରିବାରେ ଗ୍ରୁପ୍ ଅଗ୍ରଣୀ ରହିଆସିଛି। ୯୦ ବର୍ଷର ଏହି ଅଭିଯାନରେ ମଧ୍ୟ ସେହି ପରମ୍ପରା ଜାରି ରହିଛି। ୯୦ ବର୍ଷର ଏହି ଯାତ୍ରା କେବଳ ଏକ ବ୍ୟବସାୟର କାହାଣୀ ନୁହେଁ, ବରଂ ପିଢ଼ି ପରେ ପିଢ଼ି ଗଢ଼ିଉଠିଥିବା ଗ୍ରାହକଙ୍କ ଭରସା ଓ ସମ୍ପର୍କର ଏକ ଅନନ୍ୟ କାହାଣୀ।