ଭୁବନେଶ୍ୱର: ରାଜ୍ୟ ପୋଲିସରେ ବଡ଼ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଓଡ଼ିଶା ପୋଲିସରେ ୯୩୩ ସବ୍ ଇନସ୍ପେକ୍ଟର୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୬୦୯ ସବ୍ ଇନସ୍ପେକ୍ଟର୍, ୨୫୩ ସବ୍ ଇନସ୍ପେକ୍ଟର୍ (ଆର୍ମଡ), ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।
କେବେ କରିବେ ଆବେଦନ ?
ଏଥିନିମନ୍ତେ ୨୦.୦୧.୨୦୨୪ ତାରିଖ ପୂର୍ବାହ୍ନ ୧୦ଟାରୁ ଆଶାୟୀ ପ୍ରାର୍ଥୀମାନେ ତାଙ୍କର ଫର୍ମ ଦାଖଲ କରିପାରିବେ । ୧୦.୦୨.୨୦୨୫ ଆବେଦନ କରିବାର ଶେଷ ତାରିଖ ରହିଛି । ଅନଲାଇନ ଜରିଆରେ ଆବେଦନକାରୀମାନେ ଆବେଦନ କରିପାରିବେ । ଏଥିପାଇଁ ଦିଆଯାଇଥିବା ୱେବ୍ ସାଇଟ୍ ଲିଙ୍କ୍ www.odishapolice.gov.in ରେ ଆବେଦନ କରିବେ । ହାର୍ଡ କପି ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
ବୟସ
ଆବେଦନକାରୀ ବୟସ ସୀମା ୨୧ ରୁ ୨୫ ବର୍ଷ ହୋଇଥିବା ଆବଶ୍ୟକ । ୦୧.୦୧.୨୦୨୪ ସୁଦ୍ଧା ୨୫ ବର୍ଷ ବୟସ ପୂରଣ କରିଥିବା ଦରକାର । ତେବେ ଏସସି, ଏସଟି, ଏସଇବିସି ଓ ମହିଳାଙ୍କ କ୍ଷେତ୍ରରେ ୫ ବର୍ଷ ବୟସ ସୀମା କୋହଳ କରାଯାଇଛି । ସମସ୍ତ ପଦବୀ ପାଇଁ ଦରମା ୯,୩୦୦ରୁ ୩୪,୮୦୦ ମଧ୍ୟରେ ରହିଛି ।
ଶିକ୍ଷାଗତ ଯୋଗ୍ୟତା
ପୋଲିସ ଏସଆଇ, ପୋଲିସ ଏସଆଇ (ଆର୍ମଡ) ଓ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ (Bachelors Degree) ହୋଇଥିବା ଆବଶ୍ୟକ । ସେହିପରି ଷ୍ଟେସନ ଅଫିସର (ଫାୟାର ସର୍ଭିସ୍) ପାଇଁ ଆବେଦକାରୀ କୌଣସି ବି ସରକାରୀ ସିକୃତୀ ପ୍ରାପ୍ତ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ କିମ୍ବା ବିଜ୍ଞାନରେ ସ୍ନାତକ ହାସଲ କରିଥିବା ଆବଶ୍ୟକ ।
ଏ ଖବର ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶା ପୋଲିସର ୱେବ୍ ସାଇଟ www.odishapolice.gov.inରେ ସର୍ଚ୍ଚ କରନ୍ତୁ ।