ପ୍ରୟାଗରାଜ: ମହାକୁମ୍ଭରେ ଜମୁଛି ସାଧୁସନ୍ଥଙ୍କ ସମାଗମ । ଏହି ଧାମିର୍କ କାର୍ଯ୍ୟକ୍ରମରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରୁଷିଆରୁ ଆସିଥିବା ଜଣେ ବାବା । ଏହି ବାବାଙ୍କ ନାଁ ହେଉଛି ଆତ୍ମା ପ୍ରେମ ଗିରି ଓରଫ ମସ୍କୁଲାର ବାବା । ନିଜ ଶରୀରକୁ ନେଇ ସେ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୭ଫୁଟ୍ ଉଚ୍ଚତାର ଏହି ବାବାଙ୍କ ଶରୀରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ବାବାଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେ ଗେରୁଆ ବସ୍ତ୍ର ପିନ୍ଧିଥିବା ବେଳେ ବେକରେ ଓ ହାତରେ ରୁଦ୍ରାକ୍ଷ ମାଳି ପକାଇଛନ୍ତି। ଅନେକ ଲୋକ ତାଙ୍କୁ ଭଗବାନ ପ୍ରର୍ଶୁରାମଙ୍କ ରୂପ ବୋଲି ମାନୁଥିବା ଚର୍ଚ୍ଚା ହେଉଛି।
ରୁଷରୁ ଆସିଥିବା ଗିରି ମହାରାଜ ୩୦ ବର୍ଷ ପୂର୍ବେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ। ଏହା ପରେ ସେ ସନାତନ ଧର୍ମର ପ୍ରଚାର ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି। ଗିରି ମହାରାଜଙ୍କ କ୍ୟାରିୟର ଜଣେ ଶିକ୍ଷକତା ଭାବରେ ଆରମ୍ଭ ହୋଇଥିଲା କିନ୍ତୁ ପରେ ସମୟ ସହିତ ସେ ସନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସେ ଜୁନା ଆଖଡାରେ ଯୋଗ ଦେଇ ସନ୍ୟାସୀ ପାଲଟିଥିଲେ। ସେ ନେପାଳର କାଠମାଣ୍ଡୁରେ ଥିବା ତାଙ୍କ ଆଶ୍ରମରେ ଧ୍ୟାନରେ ମଗ୍ନ ଅଛନ୍ତି।
ପ୍ରୟାଗରାଜ ଆୟୋଜିତ ମହାକୁମ୍ଭ ପାଇଁ ଜମୁଛି ସାଧୁସନ୍ଥଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ଼। ସାରା ବିଶ୍ୱରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମହାକୁମ୍ଭକୁ ଆସିଥିବା ବହୁ ସାଧୁ, ସନ୍ଥ ଏବଂ ସ୍ବାଧ୍ବୀ ନିଜ ନିଜର ନିଆରା କାର୍ୟ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।