ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବରୁ ସୌର ଜଗତରେ ଗ୍ରହମାନେ କରିବେ ପରେଡ୍ । ଜାନୁୟାରୀ ୨୫ ତାରିଖ ସନ୍ଧ୍ୟାରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଯେଉଁଠି ୬ଟି ଗ୍ରହ ଗୋଟିଏ ସରଳ ରେଖାରେ ଦୃଶ୍ୟମାନ ହେବ । କେବଳ ବୁଧକୁ ବାଦ ଦେଲେ ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ନେପଚୁନ ଏବଂ ୟୁରେନ୍ସ ଏକା ସାଥିରେ ଗୋଟିଏ ସରଳ ରେଖାରେ ରହିବେ । ଏହି ସୌର ମଣ୍ଡଳରୁ ଏହି ଅଲୌକିକ ଦୃଶ୍ୟ ପୃଥିବୀର ଅନେକ ଦେଶରେ ଦେଖିବାକୁ ମିଳିବ ।
ଜାନୁୟାରୀ ୨୫ ତାରିଖ ସୂର୍ଯ୍ୟାସ୍ତ ହେଲା ପରେ ରାତି ପ୍ରାୟ ୮ ଘଟିକା ୩୦ ମିନିଟ୍ ପରେ ଏହି ଗ୍ରହମାନଙ୍କର ଏହି ପରେଡ୍ ଆରମ୍ଭ ହେବ । ଶୁକ୍ର, ଶନି ଏବଂ ନେପଚ୍ୟୁନ୍ ରାତି ୧୧.୩୦ ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦିଗବଳୟ ତଳେ ରହିବେ, ଯେତେବେଳେ ମଙ୍ଗଳ, ବୃହସ୍ପତି ଏବଂ ୟୁରାନସ୍ କିଛି ସମୟ ପାଇଁ ବାହାରେ ରହିବେ, ଏହା ଆକାଶରେ ଦୃଶ୍ୟମାନ ହେବ ।
ତଥାପି, ବୁଧ ଗ୍ରହକୁ କେବଳ ଅଳ୍ପ କିଛି ସମୟ ପାଇଁ ଦୃଶ୍ୟମାନ ହେବ, ଅନ୍ୟ ଗ୍ରହମାନଙ୍କ ସହିତ କିଛି ଦିନ ପାଇଁ ଯୋଗଦେବ, ଏହା ପରେ ଏହି ବିରଳ ପରେଡର ଦୃଶ୍ୟ ସମାପ୍ତ ହେବ । ଶନି, ବୁଧ ଏବଂ ନେପଚ୍ୟୁନ୍ ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟଙ୍କ ନିକଟରେ ଥିବାରୁ ଏକ ସମୟରେ ସମସ୍ତ ଗ୍ରହଙ୍କୁ ଦେଖିବା କଷ୍ଟକର ହେବ ।
ଆର୍ଯ୍ୟଭଟ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଅବଜରଭସନାଲ ସାଇନ୍ସ (ARIES)ର ବରିଷ୍ଠ ଜ୍ୟୋତିର୍ବିଜ୍ଞାନୀ ଡକ୍ଟର ଶଶି ଭୂଷଣ ପାଣ୍ଡେ କହିଛନ୍ତି ଯେ ଗ୍ରହଗୁଡ଼ିକର ଗୋଟିଏ ରେଖାରେ ଆସିବା ଏକ ସଂଯୋଗ ଅଟେ । ସମସ୍ତ ଗ୍ରହ ସେମାନଙ୍କ କକ୍ଷ ପଥରେ ଗତି କରନ୍ତି ଏବଂ ଏକ ସମୟ ଆସେ ଯେତେବେଳେ ସେମାନେ ଏକ ସରଳରେଖାରେ ଆସି ଯାଇଥାଆନ୍ତି । ସେମାନେ ପରସ୍ପରର ନିକଟତର ଦେଖାଯାଆନ୍ତି, କିନ୍ତୁ ସେମାନଙ୍କ ମଧ୍ୟରେ ଦୂରତା ଲକ୍ଷ ଲକ୍ଷ କିଲୋମିଟର। ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଖାଲି ଆଖିରେ ଦେଖିହେବ । କିନ୍ତୁ ୟୁରେନସ ଏବଂ ନେପଚୁନକୁ ବିନା ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ଅସମ୍ଭବ ହେବ ।