ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଉପରେ ହୋଇଥିବା ଛୁରାମାଡ଼ ମାମଲାରେ ମୁମ୍ବାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ରାତି ପ୍ରାୟ ସାଢ଼େ ୨ଟା ବେଳେ ପୁଲିସ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଥିବା ସୂଚନା ଦେଇଥିଲା। ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ସୈଫ ଅଲ୍ଲୀ ଖାନଙ୍କୁ ତାଙ୍କ ଘରେ ଆକ୍ରମଣ କରାଯାଇଥିଲା। ପୁଲିସ କହିଛି ଯେ ମୁମ୍ବାଇର ବାନ୍ଦ୍ରାସ୍ଥିତ 'ସତଗୁରୁ ଶରଣ' ବିଲ୍ଡିଂର ଦ୍ୱାଦଶ ମହଲାରେ ଥିବା ତାଙ୍କ ଘରେ ଚୋରି ଉଦ୍ୟମ ବେଳେ ସୈଫଙ୍କୁ ଆକ୍ରମଣକାରୀ ଏକାଧିକ ଥର ଛୁରିମାଡ଼ କରିଥିଲା। ସେବେଠାରୁ ସେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ମୁମ୍ବାଇ ପୁଲିସ ଲଗାତାର ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। ଏହି ଆକ୍ରମଣ ଘଟଣାରେ ଶନିବାର ରେଳ ସୁରକ୍ଷା ବଳ (ଆରପିଏଫ) ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ମୁମ୍ବାଇ ପୁଲିସ ସନ୍ଦିଗ୍ଧଙ୍କ ଫଟୋ ରେଳ ସୁରକ୍ଷା ବଳ (ଆରପିଏଫ୍) ସହ ସେୟାର କରିଥିଲା।
ସନ୍ଦିଗ୍ଧ ଜଣକ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାସ (ଏଲଟିଟି) ଏବଂ କୋଲକାତାର ଶାଲିମାର ମଧ୍ୟରେ ଚାଲୁଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ପରେ ମୁମ୍ବାଇ ପୁଲିସ ଏକ ବିଜ୍ଞପ୍ତିରେ କହିଛି ଯେ ଗିରଫ ବ୍ୟକ୍ତି ଆକାଶ କୈଳାସ କାନୋଜିଆ ଜଣେ ସନ୍ଦିଗ୍ଧ। ଉପଯୁକ୍ତ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ଉଲ୍ଲେଖ କରିଛନ୍ତି।
ମୁମ୍ବାଇ ପୁଲିସ ଲଗାତାର ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିପଡ଼ିଥିଲା। ଏହି ଆକ୍ରମଣ ଘଟଣାରେ ଶନିବାର ରେଳ ସୁରକ୍ଷା ବଳ (ଆରପିଏଫ) ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେସନରୁ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ମୁମ୍ବାଇ ପୁଲିସ ସନ୍ଦିଗ୍ଧଙ୍କ ଫଟୋ ରେଳ ସୁରକ୍ଷା ବଳ (ଆରପିଏଫ୍) ସହ ସେୟାର କରିଥିଲା।
ସନ୍ଦିଗ୍ଧ ଜଣକ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାସ (ଏଲଟିଟି) ଏବଂ କୋଲକାତାର ଶାଲିମାର ମଧ୍ୟରେ ଚାଲୁଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରେ ଯାତ୍ରା କରୁଥିଲା। ପରେ ମୁମ୍ବାଇ ପୁଲିସ ଏକ ବିଜ୍ଞପ୍ତିରେ କହିଛି ଯେ ଗିରଫ ବ୍ୟକ୍ତି ଆକାଶ କୈଳାସ କାନୋଜିଆ ଜଣେ ସନ୍ଦିଗ୍ଧ। ଉପଯୁକ୍ତ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।