ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଆକ୍ରମଣ ଘଟଣାରେ ପୋଲିସ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି । ଉକ୍ତ ବ୍ୟକ୍ତିଙ୍କୁ ଛତିଶଗଡ଼ ଦୁର୍ଗ ଜିଲ୍ଲାରୁ ଧରାଯାଇଛି । ଘଟଣା ପରେ ଆକ୍ରମଣକାରୀ ଏକ ଏକ୍ସପ୍ରେସରେ ଟ୍ରେନରେ ଯାତ୍ରା କରିଥିଲା । ଫଳରେ ସ୍ଥାନୀୟ ପୋଲିସର ସହାୟତାରେ ମୁମ୍ବାଇ ପୋଲିସ ଉକ୍ତ ସନ୍ଦିଗ୍ଧକୁ ଅଟକ ରଖିଛି । ଏହା ପୂର୍ବରୁ ମଧ୍ୟ ଆଉ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଥିଲା । ମାତ୍ର ଜେରା ପରେ ସେ ଆକ୍ରମଣକାରୀ ହୋଇ ନ ଥିବା ପୋଲିସ ସ୍ପଷ୍ଟ କରିଥିଲା ।
ସୈଫଙ୍କୁ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ୩୫ଟି ଟିମ୍ ଗଠନ କରିଥିବାବେଳେ ୫୦ ଜଣଙ୍କୁ ପଚରାଉଚରା କରି ସାରିଛି । ଅନ୍ୟପକ୍ଷରେ ଗତକାଲି ସୈଫଙ୍କ ସ୍ତ୍ରୀ କରୀନା କପୁରଙ୍କୁ ପଚରାଉଚରା କରିଛି । କରୀନା କପୁର ଯାହା ବୟାନ ରଖିଛନ୍ତି ପୋଲିସ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛି । ଆକ୍ରମଣକାରୀ ଚୋରି ଲକ୍ଷ୍ୟରେ ଆସୁଥିବା କୁହାଯାଉଥିବାବେଳେ ଘରେ ସାମ୍ନାରେ ଥିବା ଗହଣାକୁ ସେ ହାତ ଲଗାଇ ନ ଥିଲା । କିନ୍ତୁ ସୈଫଙ୍କୁ ମରଣାନ୍ତକ ଆକ୍ରମଣ କରି ଚାଲିଥିଲା ।
ସେପଟେ ଲୀଲାବତୀ ମେଡ଼ିକାଲରେ ଚିକିତ୍ସାଧୀନ ସୈଫ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଆଗାମୀ ଦୁଇ ରୁ ତିନି ମଧ୍ୟରେ ଘରକୁ ଫେରି ପାରନ୍ତି । କିନ୍ତୁ ଘଟଣାକୁ ତିନି ବିତି ଯାଇଥିଲେ ମଧ୍ୟ ମୁମ୍ବାଇ ପୋଲିସ କେବଳ ଅନ୍ଧାରରେ ବାଡ଼ି ବୁଲାଉଥିବା ଦେଖିବାକୁ ମିଳିଛି । ଆକ୍ରମଣକାରୀ ଟେର୍ ପାଉନି ପୋଲିସ୍ ।