ମାଦ୍ରିଦ୍: ସ୍ପେନର ଏକ ରିସୋର୍ଟରେ ସ୍କି ଲିଫ୍ଟ ଭୁଶୁଡ଼ି ପଡ଼ିବାରୁ ଶତାଧିକ ଲୋକ ଆହତ ହୋଇଛନ୍ତି। ଜରୁରୀକାଳୀନ ଅଧିକାରୀମାନେ ସିଏନ୍ଏନ୍କୁ କହିଛନ୍ତି ଯେ ୯ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେଥିରୁ ୮ ଜଣଙ୍କୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଧ୍ୟାହ୍ନରେ ଘଟିଥିବା ଏହି ଘଟଣାରେ ପ୍ରାୟ ୩୦ ଜଣ ଆହତ ହୋଇଛନ୍ତି। ସ୍କି ରିସୋର୍ଟରେ ପ୍ରାୟ ୮୦ ଜଣ ଫସି ରହିଥିଲେ। ସରକାରୀ ଟିଭି ଚ୍ୟାନେଲ ‘ଟିଭିଇ’ର ରିପୋର୍ଟ ଅନୁଯାୟୀ, ହୁସ୍କା ପ୍ରଦେଶର ଏଷ୍ଟୁଏନ୍ ସ୍କି ରିସୋର୍ଟରେ ପ୍ରାୟ ୮୦ ଜଣ ଫସି ରହିଥିଲେ ଏବଂ ଚେୟାରଲିଫ୍ଟରେ ଝୁଲୁଥିଲେ। ସ୍ପେନର ସାର୍ବଜନୀନ ପ୍ରସାରଣ ସଂସ୍ଥା ଆରଟିଭିଇ ରିପୋର୍ଟ କରିଛି ଯେ ଲିଫ୍ଟର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା।
ରିପୋର୍ଟ ଅନୁଯାୟୀ, ସ୍କି ଲିଫ୍ଟ ଚେୟାର ଗୁଡ଼ିକ ଅସ୍ଥିର ହୋଇଯିବାରୁ ସେଗୁଡ଼ିକ ମଧ୍ୟରୁ କେତେକ ଓଲଟି ପଡ଼ିଥିଲା। ସିଭିଲ ଗାର୍ଡ ଦ୍ୱାରା ପୋଷ୍ଟ କରାଯାଇଥିବା ଦୃଶ୍ୟର ଭିଡିଓରେ ଦେଖିବାକୁ ମିଳିଛି ଯେ ସ୍କି ଲିଫ୍ଟ ଭାଙ୍ଗିବା ପରେ ସେଠାରେ ଫସି ରହିଥିବା ଏକ ପାହାଡ଼ ଉପରେ ବରଫରେ ଡଜନାଧିକ ଲୋକ ଠିଆ ହୋଇଥିଲେ।
ଆହତଙ୍କ ମଧ୍ୟରୁ ୧୦ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି। ତେବେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ଜଣାପଡିଛି । ସ୍ପେନିସ୍ ସିଭିଲ ଗାର୍ଡ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ ସ୍କି ଲିଫ୍ଟର ଉଚ୍ଚତା ୧୫ ମିଟର (୪୯ ଫୁଟରୁ ଅଧିକ) । ସ୍ଥାନୀୟ ସମୟ ଅପରାହ୍ନ ୩ଟା ବେଳକୁ ସ୍କି ଭୁଶୁଡ଼ି ପଡ଼ିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ସ୍ପେନ୍ ରାଷ୍ଟ୍ରପତି ପେଡ୍ରୋ ସାଞ୍ଚେଜ୍ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ସେ ଏହି ଖବରରେ ସ୍ତବ୍ଧ ହୋଇଯାଇଛନ୍ତି ଏବଂ ସ୍ପେନ୍ ସରକାରଙ୍କ ସମର୍ଥନ ପାଇଁ ଆରାଗନ୍ ର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି। ସାଞ୍ଚେଜ୍ କହିଛନ୍ତି, ଆମର ସମସ୍ତ ସ୍ନେହ ଆହତ ଓ ସେମାନଙ୍କ ପରିବାର ପ୍ରତି ରହିଛି।