ମାଲକାନଗିରି: ମାଓବାଦୀଙ୍କ ବିଶାଳ ବଙ୍କରର ସନ୍ଧାନ ମିଳିଛି। ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏହି ବିରାଟ ବଙ୍କର ଠାବ କରାଯାଇଥିବା ବେଳେ ସେହି ବଙ୍କର ମାଧ୍ୟମରେ ମାଓବାଦୀ ନେତା ହିଡ଼ମା ଖସିପଳାଇଥିବାର ଅନୁମାନ କରାଯାଇଛି। ମାଓପ୍ରବଣ ଅଞ୍ଚଳରେ ହୋଇଥିବା ପୋଲିସ ଏନକାଉଣ୍ଟର ଦ୍ୱାରା ୧୨ଜଣ ମାଓବାଦୀ ନିହତ ହେବା ପରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ବଙ୍କର ଭିତରୁ ମାଓବାଦୀ ନେତା ଫେରାର ହେବାର ସଫଳ ହୋଇଥିବା ବେଳେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ତଥା ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ସୂଚନା ମୁତାବକ ଡ଼ିଆରଜି ବିଜାପୁର, ଡିଆରଜି ଦାନ୍ତେୱାଡା, ଡ଼ିଅରଜି ସୁକମା, କୋବ୍ରା ୟୁନିଟ ଓ ସିଆରପିଏଫ ବାଟାଲିଅନର ମିଳିତ ଟିମ ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁଯାୟୀ ସର୍ଚ୍ଚ ଅପରେସନ ଜାରିରଖିଥିଲେ। ଗତ ଜାନୁଆରୀ ୧୬ତାରିଖରେ ସୁରକ୍ଷାବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଏନେଇ ଆଜି ଏକ ବଡ ସଫଳତା ମିଳିଛି ।