ପ୍ରୟାଗରାଜ: ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଶନିବାର ସଙ୍ଗମତଟରେ ପହଞ୍ଚି ସେ ପବିତ୍ର ସ୍ନାନ କରିଛନ୍ତି । ଏହା ପରେ ସେଠାରେ ଗଙ୍ଗା ଆଳତୀ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ‘ଏଠାରେ ସ୍ନାନ କରିବା ମୋର ପରମ ସୌଭାଗ୍ୟ । ପ୍ରୟାଗରାଜ ଚାଲିଛି ମହାକୁମ୍ଭ, ଯାହା ଭାରତୀୟଙ୍କ ଆଧ୍ୟାତ୍ମିକତାର ମହାପର୍ବ ଅଟେ’ ।
ପ୍ରୟାଗରାଜ ଗସ୍ତରେ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ ମହାକୁମ୍ଭରେ ସ୍ନାନ କରିବା ପରେ ପାତାଲପୁରୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହାପରେ ସରସ୍ୱତୀ କୃପର ବି ଦର୍ଶନ କରିଛନ୍ତି । ସେଠାରୁ ଯାଇ ସେ ବଡ଼ ହନୁମାନଙ୍କୁ ବି ଦର୍ଶନ କରିଛନ୍ତି ।
ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଣ୍ଡାୱା ଯିବେ ପ୍ରତିରକ୍ଷାମନ୍ତ୍ରୀ । ଏହାପରେ ସେ ଆଜି ପ୍ରୟାଗରାଜରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି ।