ଭୁବନେଶ୍ୱର: ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ଼ ସୂଚନା । ଆୟକରଦାତା ରାସନ ହାତେଇଥିବା କହିଛନ୍ତି ମନ୍ତ୍ରୀ । ରାଜ୍ୟର ପ୍ରାୟ ୪ଲକ୍ଷ ଆୟକରଦାତା ରାସନ କାର୍ଡ ନେଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ଆୟକରଦାତା ରାସନ କାର୍ଡ ହାତେଇଥିବା ନେଇ ବିଭାଗ ପାଖେ ଖବର ପହଞ୍ଚିବା ପରେ ତନାଘନା ଆରମ୍ଭ ହୋଇଛି । ପୂର୍ବ ସରକାର ସମୟରେ ଆୟକରଦାତା ଚାଞ୍ଚକତା କରି ରାସନ କାର୍ଡ ନେଇଛନ୍ତି । ସେମାନଙ୍କୁ ଧରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ପୂରା ତଥ୍ୟ ଆସିବା ପରେ ଆୟକରଦାତାଙ୍କୁ ରାସନ କାର୍ଡରୁ ବାଦ୍ ଦିଆଯିବ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।
ଯେଉଁମାନେ ସରକାରଙ୍କୁ ଟ୍ୟାକ୍ସ ଦେଉଛନ୍ତି ସେମାନେ ବି ରାସନ ହାତେଇଛନ୍ତି, ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ତରଫରୁ ଯେଉଁ ବ୍ୟବସ୍ଥା କରାଯାଇଛି, ସେଥିରେ ଚାଞ୍ଚକତା ଦେଖିବାକୁ ମିଳିଛି । ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବାଦ୍ ପଡ଼ିଥିବା ବେଳେ ଅଯୋଗ୍ୟ ହିତାଧିକାରୀ ରାସନ ହାତେଇଛନ୍ତି । ଏନେଇ ଜଣାପଡ଼ିବା ପରେ ଆରମ୍ଭ ହୋଇଛି ତନାଘନା
ସେହିପରି ରାସନ କାର୍ଡ ପାଇଁ ନୂଆ ଆବେଦନକାରୀଙ୍କ ପାଇଁ ପୋର୍ଟାଲ ଖୋଲିଯିବା କହିଛନ୍ତି ମନ୍ତ୍ରୀ । ଯୋଗାଣ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଇ-କେୱାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ। ପ୍ରାୟ ୪୧ ଲକ୍ଷ ଏବେ ବି ଇ-କେୱାଇସି ଅପଡେଟ୍ କରିନାହାଁନ୍ତି। ଇ-କେୱାଇସି ପରେ କେତେ ଭୂତ ରାସନକାର୍ଡଧାରୀ ଅଛନ୍ତି, ତାହା ସ୍ପଷ୍ଟ ହେବ।