ଭୁବନେଶ୍ୱର: ରାଜ୍ୟର ଯୁବ ବର୍ଗଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏହି ରହିତାଦେଶକୁ ପ୍ରତ୍ୟାହୃତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଖାଲି ଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ।
ସୂଚନା ଯୋଗ୍ୟ ଯେ ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ୧୭,୬୭୫ ଥିବା ବେଳେ ୧୫,୩୦୬ ଜଣ ହୋମ ଗାର୍ଡ କାର୍ଯ୍ୟରତ ଅଛନ୍ତି । ୨୩୬୯ ପଦବୀ ଖାଲି ଅଛି । ଏହି ନିଷ୍ପତ୍ତି ଦ୍ବାରା ଖାଲି ଥିବା ପଦବୀ ଗୁଡ଼ିକ ଆବଶ୍ୟକତା ଅନୁଯାୟୀ ପୂରଣ କରାଯାଇ ପାରିବ।