କୋରାପୁଟ ଜିଲ୍ଲା ଜୟପୁରର ଇରିଗେଶନ କଲୋନୀରେ ଏକ ଅଘଟଣ ଘଟିଯାଇଛି । ଜଣେ ମହିଳା ମନ୍ଦିର ଯିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଛନ୍ତି । ଏନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ ଆଜି ସକାଳେ ମହିଳା ଜଣଙ୍କ ମନ୍ଦିରକୁ ଚାଲିଚାଲି ଯାଉଥିଲେ । ଏହି ସମୟରେ ୪ ରୁ ୫ ଜଣ ଲୁଟେରା ମହିଳାଙ୍କୁ ପିଛା କରି ତାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ । ଏହାପରେ ମହିଳା ଜଣଙ୍କ ଚିତ୍କାର ଚିତ୍କାର କରିଥିଲେ । ଫଳରେ ସ୍ଥାନୀୟ ଲୋକେ ମହିଳାଙ୍କ ପାଟି ଶୁଣି ଲୁଟେରାଙ୍କୁ ପିଛା କରିଥିଲେ । ଏହାସହ କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଲୁଟେରାଙ୍କୁ ପୋଲିସ ଜିମାରେ ଦେଇଥିଲେ । ଏନେଇ ପୋଲିସ ଲୁଟେରାଙ୍କୁ ଧରି ପଚରାଉଚରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।