ଭୁୁବନେଶ୍ୱର : ଭରତପୁର ଥାନା ମାମଲାରେ ମଙ୍ଗଳବାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ସରକାର । ଥାନାରେ ସେନା ଅଧିକାରୀଙ୍କ ବ୍ୟବହାର ନେଇ ଏସଓପି ଅଣାଯାଇଛି । ମାମଲାର ତଦନ୍ତ ଚାଲିଛି, ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ । ଥାନାରେ ସିସିଟିଭି ନେଇ ଏଡିଜି ଆଧୁନିକୀକରଣଙ୍କ କୋର୍ଟରେ ତଥ୍ୟ ଦାଖଲ କରିଛନ୍ତି । ବର୍ତ୍ତମାନ ସୁ୍ଦ୍ଧା ୯୬ ପ୍ରତିଶତ ଥାନାରେ ସିସିଟିଭି ଲାଗିଛି । ଦାନା ପ୍ରଭାବିତ କିମ୍ବା ନୂଆ ବିଲ୍ଡିଂ ହୋଇଥିବା ଥାନାରେ ସିସିଟିଭି ଲାଗିନି । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ ।
ସୂଚନାଯୋଗ୍ୟ, ଭରତପୁର ଥାନା ମାମଲା ପରେ ରାଜ୍ୟରେ ଅନେକ ଥାନାରେ ସିସିଟିଭି ନ ଥିବା ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ । ଏପରିକି ସାଧାରଣ ଲୋକଙ୍କ ପ୍ରତି ପୋଲିସର ବ୍ୟବହାରକୁ ନେଇ ମଧ୍ୟ କୋର୍ଟ ତାଗିଦ କରିଥିଲେ । ଶୀଘ୍ର ରାଜ୍ୟର ସବୁ ଥାନାରେ ସିସିଟିଭି ଲଗାଇବାକୁ ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଆଜି କୋର୍ଟରେ ତଥ୍ୟ ଦାଖଲ କରିଛନ୍ତି ଏଡିଜି ଆଧୁନିକୀକରଣ । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଫାଣ୍ଡିରେ ସିସିଟିଭି ଲଗାଯିବ ବୋଲି ଜଣାଯାଇଛି ।
ଅନ୍ୟପଟେ ସେନା ସୁରକ୍ଷା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେ ନେଇ ରାଜ୍ୟ ସରକାର ଜାରି କରିଛନ୍ତି ସ୍ୱତନ୍ତ୍ର ଏସ୍ ଓ ପି। ଏନେଇ ଆଡଭକେଟ୍ ଜେନେରାଲ କୋର୍ଟଙ୍କୁ ଜଣାଇଛନ୍ତି। ଏହାର ଏକ କପି ହାଇକୋର୍ଟ ଓ ଆମିକସ୍ କ୍ୟୁରୀଙ୍କୁ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ କୋର୍ଟଙ୍କୁ ଜଣାଇଛନ୍ତି ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ।