ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜନୈତିକ ବ୍ୟାପାର କମିଟି ବା ପିଏସି ଗଠନ ହୋଇଛି । ମୋଟ ୨୯ ଜଣଙ୍କୁ ନେଇ ପିଏସି ଗଠିତ ହୋଇଥିବାବେଳେ ୫ ଜଣଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ଲାଲଜୀ ଦେଶାଇ ପିଏସିର ଅଧ୍ୟକ୍ଷ ରହିଛି ।
ପିଏସିରେ ଦଳର ବହୁ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇଛି । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି, ପିସିସି ସଭାପତି ଭକ୍ତ ଚରଣ ଦାସ, ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଗିରିଧର ଗମାଙ୍ଗ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲାକା, ରାମ ଚନ୍ଦ୍ର ଖୁଣ୍ଟିଆ, ନରସିଂହ ମିଶ୍ର ଓ ଶ୍ରୀକାନ୍ତ ଜେନା । ଏହା ସହିତ ଜଗନ୍ନାଥ ପଟ୍ଟନାୟକ, କିଶୋର ପଟେଲ, ଅମରନାଥ ପ୍ରଧାନ, ସୁରେଶ ରାଉତରାୟ, ନାଗେନ୍ଦ୍ର ପ୍ରଧାନ, ପଞ୍ଚାନନ କାନୁନଗୋ, ଶରତ ରାଉତ, ସରସ୍ୱତୀ ହେମ୍ବ୍ରମ, ଅନନ୍ତ ପ୍ରସାଦ ସେଠୀ, ତାରା ପ୍ରସାଦ ବାହିନୀ ପତି, ସିଏସ୍ ରାଜନ ଏକ୍କା, ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ବିଶ୍ୱରଞ୍ଜନ ମହାନ୍ତି, ସସ୍ମିତା ବେହେରା ଓ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପିଏସିରେ ସ୍ଥାନ ପାଇଛନ୍ତି ।ଅତିରିକ୍ତ ଦାୟିତ୍ୱରେ ଅଛନ୍ତି ଏଆଇସିସି ସମ୍ପାଦକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ, ରାଜ୍ୟ ସେବା ଦଳ ମୁଖ୍ୟ, ଯୁବ କଂଗ୍ରେସ ସଭାପତି ଏବଂ ଜାତୀୟ ଛାତ୍ର କଂଗ୍ରେସ ସଭାପତି ।