ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ୨୬୫ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଏହାର ରେଜିଷ୍ଟ୍ରେସନ ଆରମ୍ଭ ହେବ। ଓପିଏସସିର ୱେବସାଇଟ opsc.gov.in ରେ ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ଫେବୃୟାରୀ ୧୦ ତାରିଖରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ସମାପ୍ତ ହେବ।
୨୬୫ଟି ପଦ ପାଇଁ ରହିଥିବା ଏହି ନିଯୁକ୍ତି ପ୍ରିକ୍ରିୟା ମଧ୍ୟରେ କେଉଁ ପରୀକ୍ଷା ପାଇଁ କେଉଁ ପଦବୀ ରହିଛି ଆସନ୍ତୁ ନଜର ପକାଇବା:
- ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପାଇଁ ୩୦ଟି ପଦବୀ
- ଓଡ଼ିଶା ଅର୍ଥ ସେବା (ଓଏଫଏସ) ପାଇଁ ୪୬ଟି ପଦବୀ
- ଓଡ଼ିଶା ଟ୍ୟାକ୍ସେସନ ଆଣ୍ଡ ଆକାଉଣ୍ଟ ସେବା ପାଇଁ ୬୨ଟି ପଦବୀ
- ଓଡ଼ିଶା ସମବାୟ ଅଡିଟ ସେବା ପାଇଁ ୫ଟି ପଦବୀ
- ଓଡ଼ିଶା ସମବାୟ ସେବା ପାଇଁ ୧୪ଟି ପଦବୀ
- ଓଡ଼ିଶା ରାଜସ୍ବ ସେବା ପାଇଁ ୪୩ଟି ପଦବୀ
ତେବେ ଏଥିପାଇଁ କଣ ରହିଛି ଯୋଗତ୍ୟ ଆସନ୍ତୁ ଜାଣିବା:
କୌଣସି ସରକାରୀ ସ୍ବୀକୃତି ପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ ଆବେଦନ କରି ପାରିବେ। ସେହିପରି ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ରହିଥିବା ଆବଶ୍ୟକ।
କିପରି ହେବ ଚୟନ:
ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ପ୍ରିଲିମିନାରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିବ। ପରେ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ଉଭୟ ଲିଖିତ ଓ ସାକ୍ଷାତକାର ଆଧାରରେ ଛାତ୍ରଛାତ୍ରୀଙ୍କୁ ବିଭାଗ ବଣ୍ଟନ କରାଯିବ। ପ୍ରିଲିମିନାରୀ ପରୀକ୍ଷାରେ ଦୁଇଟି ପେପର ଥିବା ବେଳେ ଉଭୟ ପେପର ୨୦୦ ମାର୍କର ରହିବ। ଭୁଲ ଉତ୍ତର ପାଇଁ ନକରାତ୍ମକ ବା ନେଗେଟିଭ୍ ମାର୍କିଙ୍ଗର ବ୍ୟବସ୍ଥା ରହିଛି। ୨୦୨୫ ଜୁଲାଇରେ ସମ୍ଭବତଃ ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷା ଅନୁଷ୍ଠିତ ହେବ।