କମୁଛି ପାରଦ ବଢୁଛି ଶୀତ । ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା । ଉପକୂଳରୁ ଉପାନ୍ତ ସବୁଠି ଥଣ୍ଡା । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି । ଏହାସହ ଆଗକୁ ୨ରୁ୩ ଡିଗ୍ରୀ ତାପମାତ୍ରା ବଢିବ । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ ।
ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ବେଳେ ୩ ଟି ସହରର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଛି । ରାଉରକେଲାରେ ୮.୭, ଝାରସୁଗୁଡ଼ା ଓ ଅନୁଗୁଳରେ ୯, ଦାରିଙ୍ଗିବାଡ଼ିରେ ୯.୫ ଓ ଭବାନୀପାଟଣାରେ ୯.୯ ଡିଗ୍ରି ଏବଂ ବଲାଙ୍ଗୀର ଓ ନୂଆପଡ଼ାରେ ୩୦ ଏବଂ ବରଗଡ଼ରେ ୩୧.୨ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଏହାସହ ଆସନ୍ତା ୯ ତାରିଖ ଯାଏଁ ପାଗ ଶୁଖିଲା ରହିବ । ରାତିର ତାପମାତ୍ରା ବଢିବା ସହିତ ଶୀତର ପ୍ରକୋପ କମିବ ।