କଟକ: କଟକ ମାତୃଭବନ ପାଖରେ ନିର୍ମାଣଧୀନ ଡ୍ରେନ ଉପରେ ପମ୍ପ ହାଉସକୁ ସଂଯୋଗ କରୁଥିବା ନିର୍ମାଣାଧୀନ ପୋଲଟି ରବିବାର ସକାଳୁ ଭୁଶୁଡି ପଡ଼ିଛି। ପାଣିର ଚାପ ଅଧିକ ହେବାରୁ ନବ ନିର୍ମିତ କାନ୍ଥରେ ଦିଆଯାଇଥିବା ସେଟ୍ରିଂ ପଟାଟି ଖସିଯାଇଥିଲା । ଯାହାଫଳରେ ବାଉଁଶ ଦୁର୍ବଳ ହେବାରୁ ପଟା ବାହାରି ଯାଇଥିଲା ଓ କାନ୍ଥଟି ଭୁଷୁଡ଼ି ପଡିଥିଲା । ଏଥିରେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଡ୍ରେନରେ ହଠାତ୍ ପାଣିର ସ୍ରୋତ ଅଧିକ ରହିବା ଫଳରେ କଲଭର୍ଟଟି ଭୁଶୁଡି ପଡ଼ିଥିଲା। କିନ୍ତୁ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି ସଂସ୍ଥା ସୁପରଭାଇଜର।