ବଲାଙ୍ଗିର: ପ୍ରଶାସନର ବିନା ଅନୁମତିରେ ପାଳନ ହେଲା ବଲାଙ୍ଗୀର ପ୍ରସିଦ୍ଧ ଶୁଳିଆ ଯାତ୍ରା । ପୌଷ ମାସ ଶୁକ୍ଳ ପକ୍ଷ ପ୍ରଥମ ମଙ୍ଗଳବାରରେ ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ। ବେଶ ଧୂମଧାମରେ ପାଳନ କରାଯାଉଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଳିଆ ଯାତ୍ରା। ଆଜିର ଦିନକୁ ବଲାଙ୍ଗିର ଜିଲ୍ଲାରେ ବେଶ ଆନନ୍ଦ ଓ ଉଲ୍ଲାସର ସହିତ ପାଳନ କରୁଛନ୍ତି ।
ଶୁଳିଆ ଯାତ୍ରାର ପୂର୍ବଦିନ ବିଳମ୍ବିତ ରାତିରେ ସମସ୍ତେ ରୀତିନୀତି ଅନୁସାରେ ପୂଜା କରିଥିଲେ। ତା ପର ଦିନ ସକାଳୁ ବା ଆଜି ସମସ୍ତେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନେଇ ବାଜା ବଜେଇ ଶୁଳିଆ ପୀଠରେ ପହଞ୍ଚିଥିଲେ । ତା ପରେ ସେଠାରେ ବଳି ଦିଆଯାଇଥିଲା । ଏହି ପାରମ୍ପରିକ ପରମ୍ପରାକୁ ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି । ସେଥିପାଇଁ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଶୁଳିଆ ଯାତ୍ରାକୁ ସମାପ୍ତ କରିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଶୁଳିଆ ଯାତ୍ରା ପାଇଁ ଅନୁମତି ପ୍ରଦାନ କରି ନ ଥିଲା । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନୁମତି ଦିଆଯାଇ ନ ଥିଲା ।