ଭୁବନେଶ୍ୱର : ସଂସ୍କୃତି, ଫିଟ୍ ନେସ୍ ଓ ସାମୂହିକ ସଂପୃକ୍ତିର ଉଜ୍ଜ୍ୱଳ ସକାଳର ପ୍ରତିଶ୍ରୁତି ଦେଇ ପୁଣି ଆରମ୍ଭ ହେଲା ୧୮ ତମ ପଥ ଉତ୍ସବ। ଆଜି ବହୁ ପ୍ରତୀକ୍ଷିତ ପଥ ଉତ୍ସବ ମାଷ୍ଟର କ୍ୟାଣ୍ଟିନ ଠାରୁ ରାମ ମନ୍ଦିର ପର୍ୟ୍ୟନ୍ତ ଜନପଥରେ ଜମିଛି ନୃତ୍ୟ ଗୀତର ଆସର। ଆସନ୍ତା ୮ତାରିଖରୁ ଭୁବନେଶ୍ବରରେ ୧୮ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସିଟି ଆକ୍ଟିଭେସନ କାର୍ୟ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି। ତେବେ ରାଜଧାନୀର ପିଲାଠୁ ବୟସ୍କ ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋରେ ମସଗୁଲ ରହିଛନ୍ତି। ଏହି ଅନନ୍ୟ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସହରର ରାସ୍ତାଗୁଡ଼ିକୁ କାର୍ଯ୍ୟକଳାପ ଏବଂ ସୃଜନଶୀଳତାରେ ପରିପୂର୍ଣ୍ଣ ପଥଚାରୀ ଅନୁକୂଳ ଅଞ୍ଚଳରେ ପରିଣତ କରି ଏକ ସୁସ୍ଥ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା।