ବାଲେଶ୍ୱର : ଦୀଘାରେ ବଡ଼ ଅଘଟଣ। ସମୁଦ୍ରରେ ବୋଟିଂ କରୁଥିବା ବେଳେ ବୋଟରୁ ଖସି ପଡିଲେ ପୋଲିସ କର୍ମଚାରୀ। ଦୀର୍ଘ ସମୟଧରି ସମୁଦ୍ରରେ ବୁଲିଲା ବୋଟ। ଆୟତ୍ତ କରିବାକୁ ନାକେଦମ ହେଲା ପୋଲିସ।
ନୂଆବର୍ଷ ରାତିରୁ ଦୀଘାରେ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପୁରୁଣା ଦୀଘା ପାଖରୁ ଓଡ଼ିଶା ସୀମାନ୍ତ ଉଦୟପୁର ପର୍ଯ୍ୟନ୍ତ ପୋଲିସ ପାଟ୍ରୋଲିଂ ବୋଟକୁ ପ୍ରଶାସନ ପକ୍ଷରୁ ନିୟୋଜିତ କରାଯାଇଛି। ତେବେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହଠାତ କୌଣସି କାରଣରୁ କର୍ମଚାରୀ ଜଣଙ୍କ ବୋଟରୁ ତଳେ ପଡିଯାଇଥିଲେ କିନ୍ତୁ ବୋଟ ଟି ଚାଲୁ ରହିଥିଲା।
ପ୍ରାୟ ୧ ଘଣ୍ଟା ହେବ ବୋଟ ଟି ଏକା ଏକା ସମୁଦ୍ରରେ ବୁଲୁଥିବା ବେଳେ ବୋଟଟିକୁ ଆୟତ୍ତ କରିବା ପାଇଁ ପୋଲିସର ଅନ୍ୟ ବୋଟ ଗୁଡିକୁ ନାକେଦାମ ହେବାକୁ ପଡିଥିଲା। ବୋଟରେ ଥିବା ପୋଲିସ କର୍ମଚାରୀ ଜଣଙ୍କ ଗୁରୁତର ହେବାରୁ ତାଙ୍କୁ ନିକଟବର୍ତି ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।