ବରଗଡ଼: ବରଗଡ଼ରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଜାରି ରହିଛି । ଏହା ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହାକୁ ନେଇ ଜାରି ରହିଛି ସସ୍ପେନ୍ସ । ହତ୍ୟା ଅଭିଯୋଗ ଆଣିଛନ୍ତି ବିଜେପି ନେତା ଓ ଆହାତ ବିଜେପି କର୍ମୀ । ହାଇୱାଟି ସେମାନଙ୍କୁ ୩ ଥର ଧକ୍କା ଦେଇଥିବାରୁ ଏହା ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବିଜେପି କର୍ମୀ ।
ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁର୍ଘଟଣା ଖବର ଜାଣିବା ପରେ ମୃତକ ବିଜେପି ନେତାଙ୍କ ଏହି ଅକାଳ ବିୟୋଗ କେବଳ ମୋ ପାଇଁ ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ଆମ ଦଳ ପାଇଁ ମଧ୍ୟ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ତାଙ୍କର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ। ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ସେହିପରି ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ସାକ୍ଷାତ କରି ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାର ସମ୍ବଲପୁର ଏସପି ମୁକେଶ କୁମାର ଭାମୁ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏସପି କହିଛନ୍ତି ଯେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ତେଣେ ପୋଲିସ ଦୁର୍ଘଟଣା ଘଟାଇଥିବା ହାଇୱ।କୁ ଜବତ ରଖିବା ସହ ଡ଼୍ରାଇଭରକୁ ଅଟକ ରଖି ତଦନ୍ତ କରାଯାଉଥିବା ନେଇ ଏସପି କହିଛନ୍ତି।
ଗତକାଲି ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ୍ ନିକଟରେ ଦୁର୍ଘଟଣା ଘଟି ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ସହିତ କର୍ଡୋଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ବିଜେପି ନେତା ମୁରଲୀ ଛୁରିଆଙ୍କର ମୃତ୍ୟୁ ହୋଇଛି । କାରରେ ଘରକୁ ଫେରୁଥିବା ବେଳେ ଏକ ହାଇୱା ଧକ୍କାରେ ଉଭୟଙ୍କର ମୃତ୍ୟୁ ଘଟିଛି । ସେହିପରି ଦୁର୍ଘଟଣାରେ କାରରେ ଥିବା ଅନ୍ୟ ୨ ଜଣ ଆହାତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବୁର୍ଲାାର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।