କଟକ: ଏଥର ପୂଜାରେ ବେଆଇନ୍ ଭାବେ ଆଦାୟ କରିପାରେବେନି ଚାନ୍ଦା। ପୂଜା ସମୟରେ ଚାନ୍ଦା ମାଗିବାକୁ ବାରଣ କରିଛି କଟକ କମିଶନରେଟ ପୋଲିସ । ଚାନ୍ଦା ଆଦାୟକାରୀଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୋଲିସର ପଦକ୍ଷେପ ନେଇଛି । ଯଦି କେହି ଚାନ୍ଦା ମାଗୁଛନ୍ତି ବା ଏଥିନେଇ ଯୋର ଜବରଦସ୍ତ କରୁଛନ୍ତି ସେ ନେଇ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି ଡିସିପି ।
କମିଶନରେଟ ପୋଲିସ ପକ୍ଷରୁ ଏକ ଫୋନ ନମ୍ବର ଜାରି କରାଯାଇଛି । ଫୋନ ନମ୍ବରଟି ହେଲା ୭୩୨୮୦୭୭୩୨୪ ଏବଂ ୮୪୮୦୫୧୩୦୦୭ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।